ସ୍ୱାମୀଙ୍କ ସହ ପୁଣି ଫଟୋ ଛାଡିଲେ ମହାଲକ୍ଷ୍ମୀ

ତାମିଲ୍ ଅଭିନେତ୍ରୀ ମହାଲକ୍ଷ୍ମୀ ପ୍ରଯୋଜକ ରବୀନ୍ଦର୍ ଚନ୍ଦ୍ରଶେଖରନ୍ଙ୍କୁ ବିବାହ କରିଥିବା ବେଳେ ଲୋକମାନେ ତାଙ୍କୁ ସବୁବେଳେ ନେଗେଟିଭ କମେଣ୍ଟ ଦେଇ ଆସୁଛନ୍ତି । କିନ୍ତୁ ମହାଲକ୍ଷ୍ମୀ ତାଙ୍କ ପ୍ରେମ ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି । ଅଭିନେତ୍ରୀ ସ୍ବାମୀଙ୍କ ସହ ଗୋଟାଏ ପରେ ଗୋଟାଏ ଫଟୋ ସେୟାର୍ କରି ଚାଲିଛନ୍ତି। ସେ ନିକଟରେ ସ୍ବାମୀ ରବୀନ୍ଦର୍ ଚନ୍ଦ୍ରଶେଖରନ୍ ଓ ତାଙ୍କର ଏକ ଫଟୋକୁ ନିଜ ଇନ୍ଷ୍ଟା ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ଯୁଗଳ ଫଟୋଟି ତାଙ୍କୁ ଉପହାର ଆକାରରେ ମିଳିଥିବା ବେଳେ ସେ ସେହି ଫଟୋଟିକୁ ଧରି ନିଜେ ଫଟୋ ପୋଜ୍ ଦେଇ ଏକ ଫଟୋ ଉଠାଇଛନ୍ତି ।
ମହାଲକ୍ଷ୍ମୀଙ୍କର ଏହା ଦ୍ବିତୀୟ ବିବାହ। ସେ ପ୍ରଥମ ସ୍ବାମୀଙ୍କ ସହ ପ୍ରତାରଣ କରି ରବୀନ୍ଦର୍ ଚନ୍ଦ୍ରଶେଖରନ୍ଙ୍କୁ ଟଙ୍କା ପାଇଁ ବିବାହ କରିଥିବା କହି ପ୍ରଶଂସକ କହୁଛନ୍ତି । ଦୁଇ ଜଣଙ୍କ ଯୋଡ଼ି ଶାରୀରିକ ଦୃଷ୍ଟିରୁ ସମନ୍ବିତ ହୋଇ ନଥିବାରୁ ମହାଲକ୍ଷ୍ମୀ ଟଙ୍କା ପାଇଁ ପ୍ରଯୋଜକଙ୍କୁ ବିବାହ କରିଛନ୍ତି ବୋଲି ସମାଲୋଚିତ ହୋଇ ଆସୁଛନ୍ତି।
Powered by Froala Editor