ଶ୍ରମିକ କଲ୍ୟାଣ ପାଣ୍ଠି ବୋର୍ଡ ଆୟ ବ୍ୟୟର ସ୍ୱତନ୍ତ୍ର ଅଡିଟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ
କଟକ : ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଆୟ ବ୍ୟୟର ସ୍ୱତନ୍ତ୍ର ଅଡିଟ କରିବା ପାଇଁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୫୭୯ କୋଟି ୪୯ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଥିବା ଜାଣି ଏ ନେଇ ସ୍ୱତନ୍ତ୍ର ଅଡିଟ ଉପରେ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। ଆଗାମୀ ୬ ମାସ ମଧ୍ୟରେ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଡିଟ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅଡ଼ିଟ ରିପୋର୍ଟକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଜୁଲାଇ ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି।
Powered by Froala Editor