ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା, ୨ ଭକ୍ତ ଆହତ

ପୁରୀ: ବଡଦେଉଳରେ ଘଟିଲା ଅଘଟଣ। ମହାପ୍ରଭୁଙ୍କ ଦର୍ଶନ ବେଳେ ପୁଣି ଠେଲାପେଲା । ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ଓ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇଗଲେ ୨ଜଣ ଭକ୍ତ। ଆହତଙ୍କୁ ତରନ୍ତ ଉଦ୍ଧାର କରଯାଇ ପୁରୀ ସଦର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଆଜି ସକାଳେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଏପିରିକି ଦୁଇ ଜଣ ଭକ୍ତ ଅଣନିଃଶ୍ବାସୀ ହେବା ସହ ତଳେ ପଡି ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଲେ ସୁଲୋଚନା ସାହୁ ଓ ଦିବ୍ୟା ସାହୁ । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉଭୟ ଭର୍ତ୍ତି ।
Powered by Froala Editor