ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ‘ପ୍ରଦର୍ଶନ କଳା’ ପାଠ୍ୟକ୍ରମ
ଭୁବନେଶ୍ୱର:ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ ସେଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍ଫର୍ମିଂ ଆର୍ଟ’ ବା ପ୍ରଦର୍ଶନ କଳା ପାଠ୍ୟକ୍ରମ ପ୍ରଚଳନ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ‘ପର୍ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଅଧ୍ୟୟନ ସହ ଛାତ୍ରଛାତ୍ରୀ ଏଥିରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରି ସଫଳତା ପାଇପାରିବେ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି।
Powered by Froala Editor