ସାଂସଦ ଚୌଧୁରୀ ସନ୍ତୋଷ ସିଂହଙ୍କ ବିୟୋଗ

ଚଣ୍ଡିଗଡ଼: ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ କଂଗ୍ରେସ ସାଂସଦଙ୍କ ପରଲୋକ। ପଞ୍ଜାବ ଜଳନ୍ଧର ଶିଟ୍ର ଲୋକସଭା ସାଂସଦ ଚୌଧୁରୀ ସନ୍ତୋଷ ସିଂହଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ଶନିବାର ସକାଳୁ ପଞ୍ଜାବର ଫିଲୌର ଠାରେ ଯାତ୍ରା ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।
ସନ୍ତୋଷ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିଲେ। ହେଲେ ହଟାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ହୃଦ୍ସ୍ପଦନ ବଢ଼ି ଯାଇଥିଲା। ଏହାପରେ ଭାରତ ଯୋଡ଼ ଯାତ୍ରାରେ ଭିତରେ ହିଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୁଧିଆନାର ଏକ ଭିର୍କ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ ବୋଲି ଡାକ୍ତର କହିଛନ୍ତି। ସାଂସଦଙ୍କ ମୃତ୍ୟୁ ଖବର ପାଇବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଯାତ୍ରା ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।
Powered by Froala Editor