ସତର୍କତା ଜାରି: ବଢ଼ିବ କୁହୁଡ଼ି ପ୍ରକୋପ
ଭୁବନେଶ୍ୱର: ଶୀତ କମିବ । ରାତି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲିୟସ୍ ବଢ଼ିଯିବ । ଅନ୍ୟପଟେ ରାଜ୍ୟରେ କୁହୁଡ଼ି ପ୍ରକୋପ ବଢ଼ିବ । ବିଳମ୍ବିତ ରାତିରୁ ସକାଳ ଯାଏ ମାଡ଼ିବ କୁହୁଡ଼ି । ଆସନ୍ତା ୩ ଦିନ ଧରି କୁହୁଡ଼ି ଅଧିକ ରହିବ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । ଗୁରୁବାର ସକାଳେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଥିଲା ।
ଆସନ୍ତା ୧୪ ତାରିଖ ସକାଳେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଅଛି । ୧୪ ତାରିଖ ରାତି ଓ ୧୫ ତାରିଖ ସକାଳେ ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ନାକେଦମ କରିବ । ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏନେଇ ପୁଲିସ ଓ ପରିବହନ ଅଧିକାରୀ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ସୂଚନା ଜାରି କରାଯାଇଛି । ଉପକୂଳରେ ଶୀତ ସାମାନ୍ୟ କମିଥିବାବେଳେ ଦକ୍ଷିଣ ଓ ଆଭ୍ୟନ୍ତରୀଣରେ ଶୀତର ପ୍ରକୋପ ରହିଛି ।
Powered by Froala Editor