୧୭ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ

କଟକ : ୧୭ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବ ରାଜ୍ୟ ବସ୍ ମାଲିକ ସଂଘ । ନୂତନଭାବେ ଲାଗୁ କରାଯାଇଥିବା ‘ସ୍କ୍ରାପ’ ଆଇନକୁ ବିରୋଧ ତଥା ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ରାଜ୍ୟ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେନଇଛନ୍ତି ।
ଗତମାସରେ ରାଜ୍ୟ ସରକାରଙ୍କ ‘ସ୍କ୍ରାପ ପଲିସ’ ନିଷ୍ପତ୍ତିକୁ ବିରୋଧ ତଥା ୮ଦଫା ଦାବିକରି ରାଜ୍ୟରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲା ରାଜ୍ୟ ବସ୍ ମାଲିକ ସଂଘ । ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତିନେଉଛନ୍ତି ବା ଘୋଷଣା କରୁଛନ୍ତି, ତାହାକୁ କାର୍ଯ୍ୟକାରୀ କରାଯାଉନି । ସଂଘ ପକ୍ଷରୁ ଦାବି ପୂରଣ ନହେଲେ ଆସନ୍ତା ୭ ତାରିଖରେ ଡାକିଥିଲେ ।
କିନ୍ତୁ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଫଳରେ, ରାଜ୍ୟବ୍ୟାପୀ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଭଳି ନିଷ୍ପତ୍ତିକୁ କଟକ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ମଧ୍ୟ ସମର୍ଥନ ଜଣାଇଥିବା ସଂପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
Powered by Froala Editor