ରିଲିଜ୍ ହେବ 'ପଠାନ' ଟ୍ରେଲର୍

କିଙ୍ଗ ଖାଁ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ 'ପଠାନ' ଫିଲ୍ମକୁ ଲାଗାତାର ଭାବେ ବୟକଟ କରାଯାଉଥିବା ବେଳେ ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ 'ପଠାନ'। ଅନେକ ରାଜନେତା ଏବଂ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିବା ସହ ବୟକଟ ଦାବି କରୁଛନ୍ତି। ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ, ଜାନୁୟାରୀ ୧୦ ଅର୍ଥାତ୍ ମଙ୍ଗଳବାର 'ପଠାନ'ର ଟ୍ରେଲର୍ ରିଲିଜ୍ ହେବ। ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି।
ପୂର୍ବରୁ କେଆରକେ ଦାବି କରିଥିଲେ କି ପଠାନର ରିଲିଜ ତାରିଖ ଘୁଞ୍ଚାଇ ଦିଆଯିବ । ଫିଲ୍ମର ଟାଇଟଲ ପରିବର୍ତ୍ତନ କରାଯିବା ସହ ଅରେଞ୍ଜ ବିକିନି ବି ରହିବ ନାହିଁ । ଫିଲ୍ମ ଟ୍ରେଲର ରିଲିଜକୁ ନେଇ କେଆରକେ ଯେଉଁ ଟୁଇଟ କରିଥିଲେ ତାହା ସତ ହୋଇଥିବା ବେଳେ ଏବେ ତାଙ୍କର ଏହି ଟୁଇଟ ବି ସତ ହୋଇପାରେ ବୋଲି କୁହାଯାଉଥିଲେ ।
Powered by Froala Editor