ମାନ୍ଦାବସ୍ଥା ଯୋଗୁଁ ବଡଧରଣର ଛଟେଇ କରିବ ଆମାଜନ : ୧୮ ହଜାର କର୍ମଚାରୀ ଚାକିରି ହରାଇବେ

ଆର୍ଥିକ ମାନ୍ଦାବସ୍ଥା ଆଗକୁ ଭୟଙ୍କର ରୂପ ନେବ ତାହା ଏବେ ଠାରୁ ସ୍ପଷ୍ଟ ବାରି ହୋଇପଡିଲାଣି । ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି।
ବିଶ୍ବର ଅନ୍ୟତମ ବଡ ବ୍ରାଣ୍ଡ ଆମାଜନ ଏବେ କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ଜାରି ରଖିଛି । ପୁଣି ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଣ୍ଡି ଜେସୀ ସୂଚନା ଦେଇଛନ୍ତି । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଏ ନେଇ ସୂଚାଇ ଦିଆଯାଇଥିବା ସିଇଓ କହିଛନ୍ତି । ଆସନ୍ତା ଜାନୁଆରୀ ୧୮ ତାରିଖରୁ ବିଦା ହେବାକୁ ଥିବା କର୍ମଚାରୀଙ୍କୁ ସୂଚାଇ ଦିଆଯିବ ।
ଗତ ନଭେମ୍ବର ମାସରୁ କମ୍ପାନୀ କହିଥିଲା ଯେ, ଆଗକୁ ବଡଧରଣର ଛଟେଇ ହେବ । କିନ୍ତୁ କେତେ କର୍ମଚାରୀ ବିଦା ହେବେ ସେ ନେଇ ସ୍ପଷ୍ଟ କରିନଥିଲା କମ୍ପାନୀ । ଯାହାକି ଏବେ ପ୍ରକାଶିତ ହୋଇଛି ।
ଜେସି କହିଛନ୍ତି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି। ସେଥିପାଇଁ ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍ନାଲ୍ ହେଲ୍ଥ୍ ଇନ୍ସ୍ୟୁରାନ୍ସ ଏବଂ ଏକ୍ସଟର୍ନାଲ୍ ଜବ୍ ପ୍ଲେସ୍ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ। ପ୍ରସ୍ତାବିତ ଛଟେଇ ସଂକ୍ରାନ୍ତରେ ଜାନୁଆରୀ ୧୮ ତାରିଖରୁ କର୍ମଚାରୀମାନଙ୍କୁ ସୂଚନା ଦିଆଯିବା ଆରମ୍ଭ ହେବ।
Powered by Froala Editor