୧୫ କୁକୁରଙ୍କୁ ଗୁଳି

ବେଗୁସରାଇ: ବିହାରର ବେଗସୁରାଇରେ ୧୫ କୁକୁରଙ୍କୁ ଗୁଳିକରି ମରାଯାଇଛି । ଏମାନଙ୍କ ଆକ୍ରମଣ ଯୋଗୁ ୩ ଦିନରେ ୬ଜଣ ଲୋକ ଆହତ ହୋଇଥିଲେ । ସୋମବାର ଦିନ ଜଣେ ଆହତ ମହିଳା ପ୍ରାଣ ହରାଇଥିଲେ । ସ୍ଥିତି ଅଣାୟତ୍ତ ହେବା ପରେ ପାଟନାରୁ ସୁଟର ଟିମ ପଠାଯାଇଥିଲା । ଟିମ ଗ୍ରାମ ଲୋକଙ୍କର ସହାୟତାରେ ଖୋଜି ଖୋଜି ୧୫ କୁକୁରଙ୍କୁ ଗୁଳିକରି ମାରିଥିଲେ । ବଛୱାଡ଼ା ଥାନା ଅଞ୍ଚଳରେ ଅଧିକ କୁକୁର କାମୁଡ଼ା ଘଟଣା ସାମ୍ନାକୁ ଆସିଥିଲା । କୁକୁରଙ୍କ ଆତଙ୍କକୁ ଦେଖି ଜଙ୍ଗଲ ଓ ପରିବେଶ ବିଭାଗର ପାଟନା ଟିମ ମଙ୍ଗଳବାର ପୁଣି ବଛୱାଡ଼ା ପରିଦର୍ଶନ କରିଥିଲେ । ଏହାପରେ ସୁଟର ଟିମ ୪ ପଞ୍ଚାୟତରେ ୧୫ କୁକୁରଙ୍କୁ ହତ୍ୟା କରିଥିଲେ ।
Powered by Froala Editor