ଚୀନରେ କରୋନା ସୁନାମୀ
ନୂଆଦିଲ୍ଲୀ: ଚୀନରେ କରୋନାର ସୁନାମୀ । କୋଭିଡ୍ ଯୋଗୁ ଦେଶରେ ହା ହା କାର । ପ୍ରତିଦିନ ବଢୁଛି ଲକ୍ଷ ଲକ୍ଷ ସଂକ୍ରମିତଙ୍କ ସଂଖ୍ୟା । ବେଜିଂ ଠାରୁ ସାଂଘାଇ ସବୁ ଅଞ୍ଚଳକୁ କୋଭିଡ-୧୯ ଭୂତାଣୁ ନିଜ କବଜାକୁ ନେଇଛି । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୫ ତାରିଖରୁ ୨୫ ତାରିଖ ମଧ୍ୟରେ ୧୦କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ପ୍ରାୟ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହେଲେ ଚୀନ୍ ସରକାର ଏହି ତଥ୍ୟକୁ ଲୁଚାଉଛନ୍ତି ।
ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ଦୈନିକ କୋଭିଡ୍ ଡାଟା ପ୍ରକାଶ କରିବା ବନ୍ଦ କରିଛି । ଏନଏଚସି ଏକ ବୟାନରେ କୋଭିଡ୍-୧୯କୁ ନେଇ କୌଣସି ତଥ୍ୟ ପ୍ରକାଶ କରିବ ନାହିଁ ବୋଲି କହିଛି । ଏନଏଚଆଇର ଲିକ୍ ହୋଇଥିବା ଡାଟା ଅନୁଯାୟୀ, ଦେଶରେ ଗତ ୨୦ ଦିନ ମଧ୍ୟରେ ୨୫କୋଟି ଲୋକଙ୍କ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହା ଚୀନରେ ମୋଟ ଜନସଂଖ୍ୟାର ୧୮ ପ୍ରତିଶତ । ସ୍ବାସ୍ଥ୍ୟ ବିଭାଗର କହିବା ମୁତାବକ ଚୀନରେ ଚଳିତ ସପ୍ତାହରେ କରୋନା ଚରମ ସ୍ତରରେ ପହଞ୍ଚିବ । ଗୋଟିଏ ଦିନରେ ପ୍ରାୟରେ ୩୫ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ।
Powered by Froala Editor