ପାରିବାରିକ କଳହ: କୋଦାଳ ବେଣ୍ଟ ମାଡ଼ରେ ବାପା ମୃତ

ଭଦ୍ରକ : ପାରିବାରିକ କଳହ ଭାଙ୍ଗିଦେଲା ରକ୍ତର ସମ୍ପର୍କ । ପୁଅର କୋଦାଳ ବେଣ୍ଟ ମାଡ଼ରେ ବାପାର ମୃତ୍ୟୁ ଅଭିଯୋଗ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପଗଡ଼ ଅଞ୍ଚଳ ରେ ।
ସୂଚନାଯୋଗ୍ୟ ଯେ ପଗଡ଼ ଗାଁର ବୁରୀ ମୁଣ୍ଡା ଘରେ ଥିବା ବେଳେ ପୁଅ ଚୁକି ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ପୁଅ ଚୁକି ଏକ କୋଦାଳ ବେଣ୍ଟରେ ବୁରୀଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଘଟଣାସ୍ଥଳରେ ବୁରୀଙ୍କର ମୃତ୍ୟୁ ହୋଇଥିଲା ।
ପରେ ସାବରଙ୍ଗ ପୋଲିସ ଖବର ପାଇ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ତେବେ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଚୁକିକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Powered by Froala Editor