ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଶମିଳିପାଳ ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ପୋଷା ହାତୀ ଶୋଭାର ମୃତ୍ୟୁ ହୋଇଛି । ଶୋଭା ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲା । ଚିକିତ୍ସା ଅବହେଳାରୁ ଶୋଭା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୨୦୦୨ ମସିହାରେ କର୍ଣ୍ଣାଟକରୁ ଏହି ହାତୀକୁ ଶିମିଳିପାଳ ଅଣାଯାଇଥିଲା । ସେବେଠୁ ସେ ସେଠାରେ କୁଙ୍କି ହାତୀଭାବେ କାର୍ୟ୍ୟରେ ନିୟୋଜିତ ହେଉଥିଲା । ୬୫ ବର୍ଷିୟ ଶୋଭା ଅସୁସ୍ଥ ହୋଇପଡିବାରୁ କିଛି ଦିନ ହେବ ତାକୁ ଜେନାମିଲ ରେଞ୍ଜରେ ରଖି ଚିକିତ୍ସା କରଯାଯାଉଥିବା ବେଳେ ତାର ମୃତ୍ୟୁ ହୋଇଛି । ବାଘ ଗଣନା କ୍ଷେତ୍ରରେ ଶୋଭାର ଅବଦାନ ବହୁତ ରହିଛି ।ତେବେ ଶୋଭାର ମୃତ୍ୟୁର ପ୍ରକୃତ କାରଣ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଚିକିତ୍ସା ଅବହେଳାରୁ ଶୋଭାର ମୃତ୍ୟୁ ହୋଇଥିବା କହିଛନ୍ତି ପୂର୍ବତନ ବନ୍ୟପ୍ରାଣି ସଂରକ୍ଷକ ।
Powered by Froala Editor