ଦେଖାଦେବ ପରିବର୍ତ୍ତନ, ଆଜିଠୁ ବଢିବ ଶୀତ

ଭୁବନେଶ୍ୱର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରୁ ଏବେ ଶୀତ ହଜିଯାଇଛି । ତେବେ ଆସନ୍ତାକାଲିଠାରୁ ପରିବର୍ତ୍ତନ ଦେଖାଦେବ । ଆସନ୍ତା ୩ ଦିନରେ ପାଖାପାଖି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ପାରଦ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଟିଟିଲାଗଡରେ ରାତିର ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୧୫.୫ଡିଗ୍ରୀ, ସମ୍ବଲପୁରରେ ୧୭.୮ଡିଗ୍ରୀ, ଭବାନୀପାଟଣାରେ ୧୭.୬ଡିଗ୍ରୀ ରହିଥିଲା । ସେହିପରି କଟକରେ ସ୍ୱାଭାବିକଠାରୁ ୨.୯ଡିଗ୍ରୀ ଓ ଭୁବନେଶ୍ୱରରେ ୨.୪ଡିଗ୍ରୀ ଅଧିକ ରାତି ତାପମାତ୍ରା ରେକର୍ଡ ହୋଇଥିଲା ।
ଆଜି ସକାଳୁ କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ମାଲକାନାଗିରି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପହଇଥିବା ଦେଖାଯାଇଛି ।
Powered by Froala Editor