ବ୍ଲାଙ୍କ୍ ମେସେଜ କରି ନେଇଗଲେ ୫୦ ଲକ୍ଷ ଟଙ୍କା

ଆଗରୁ ସଚେତନ କରାଯାଉଥିଲା ଯେ, କାହାକୁ ସିକ୍ରେଟ କୋର୍ଡ କହିବେ ନାହିଁ । କୌଣସି ଓଟିପି ଦେବେ ନାହିଁ । ନହେଲେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ । ସାଇବର ଠକେଇ ରୋକିବାକୁ ଏଭଳି କିଛି ସଚେତନ କରାଯାଉଥିଲା । ହେଲେ ସାଇବର ଠକଙ୍କ ପ୍ରର୍ଦୁଭାବ ଏତେ ବଢିଯାଇଛି ଯେ, ବିନା ଓଟିପିରେ ଟଙ୍କା ଗାଏବ ହୋଇଯାଉଛି ।
ନୂଆଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା କଢାଯାଇଛି । କେବଳ ତାଙ୍କ ମୋବାଇଲକୁ କିଛି ମିସ୍ କଲ ଆସିଥିଲା । ସାଇବର ଦୁର୍ବୃତ୍ତମାନେ ବିନା ଓଟିପିରେ ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାସନକୁ ସଫଳ କରିପାରିଛନ୍ତି ।
ସୂଚନା ଅନୁଯାୟୀ, ଏହି ଘଟଣା ସିକ୍ୟୁରିଟି ସର୍ଭିସର ଡାଇରେକ୍ଟର ପଦବୀରେ ଚାକିରି କରୁଥିବା ଲୋକ ସହ ଏହି ଠକେଇ ହୋଇଛି । ସେହି ବ୍ୟକ୍ତିକୁ ସଂଧ୍ୟା ୭ରୁ ୮.୪୫ ପର୍ଯ୍ୟନ୍ତ କିଛି ବ୍ଲାଙ୍କ ମ୍ୟାସେଜ ଏବଂ ମିସ୍ କଲ ଆସିଥିଲା । ସେ ମେସେଜକୁ ତ ଅଣଦେଖା କରିଥିଲେ ହେଲେ ଅନେକ ଥର ଫୋନ ଆସିବାରୁ ସେ ରିସିଭ କରିଥିଲେ । ହେଲେ ସେହି ଫୋନ କଲରେ କେହି କିଛି ଉତ୍ତର ଦେଉନଥିଲେ । ଯେତେବେଳେ ସେ ମୋବାଇଲ ଫୋନର ମେସେଜ ବକ୍ସ ଖୋଲି ଦେଖନ୍ତି ସେତେବେଳେ ଆରଟିଜିଏସ୍ ରୁ ୫୦ଲକ୍ଷ ଟଙ୍କାର ଟ୍ରାଜାକ୍ସନ ମେସେଜ ଆସିଛି ।
ବ୍ୟକ୍ତି କହିଛନ୍ତି ଯେ, ମୁଁ କିଛି ଓଟିପି ସେୟାର କରି ନାହିଁ ହେଲେ ମୋ ଆକାଉଣ୍ଟରୁ ଟଙ୍କା କଟିଯାଇଛି ।
Powered by Froala Editor