ପୁଲିସ-ଓକିଲ ଧସ୍ତା ଧସ୍ତି: ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତି ହୋଇଛି ।
ଏହି ଧସ୍ତାଧସ୍ତି ମଧ୍ୟରେ କିଛି ଆଇନଜୀବୀ କହିଛନ୍ତି, ଆଗକୁ ଏହି ଆନ୍ଦୋଳ ବଢିବ । ଏଠି କୌଣସି ଷଡଯନ୍ତ୍ର ସଫଳ ହେବ ନାହିଁ । ଦାବି ପୁରଣ ନହେବାଯାଏଁ ଆନ୍ଦୋଳନ ଜାରି ରହିବ । ଆଜି ଏହି ଆନ୍ଦୋଳନରେ ସାଧାରଣ ଲୋକ ଯୋଗ ଦେଇଛନ୍ତି । ଆଗକୁ ଏହି ଆନ୍ଦୋଳନରେ ଆହୁରି ଲୋକ ସାମିଲ ହେବେ, ଷଡଯନ୍ତ୍ର ବିରୋଧରେ ସ୍ୱର ଉଠାଇବେ । ଆଗକୁ ଦେଖିବେ ଏହି ସ୍ଥାନ ଜନ ସମୁଦ୍ରରେ ପରିଣତ ହେବ ବୋଲି ଚେତାବନି ଦେଇଛନ୍ତି ।
Powered by Froala Editor