କେଉଁ ଖାଦ୍ୟ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ହୁଏ ଜାଣନ୍ତୁ....

ଭୁବନେଶ୍ୱର : ବର୍ତ୍ତମାନ ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହ ସ୍ମରଣ ଶକ୍ତିକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାପଡ଼ିଛି । ତେଣୁ କେଉଁ ଖାଦ୍ୟ ଖାଇଲେ ବୌଦ୍ଧିକ ବିକାଶ ଘଟିବ, ଜାଣିରଖନ୍ତୁ ସେ ସମ୍ପର୍କରେ..
ପନିପରିବା: ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି । ବିଶେଷକରି ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ବ୍ରେନ୍ ସେଲ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଆଳୁ, କଖାରୁ, ଗାଜର ଏବଂ ବିଭିନ୍ନ ଶାଗ ଖାଇବାକୁ ଦେଲେ ପିଲାଙ୍କ ମସ୍ତିଷ୍କର ଅଭିବୃଦ୍ଧି ହେବା ସହ ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ ।
ବ୍ରୋକୋଲି: ଏଥିରେ ଡିଏଚ୍ଏର ମାତ୍ରା ଅଧିକ ଥିବାରୁ ଏଥିରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍ ଖାଇବାକୁ ଦେଲେ ପିଲା ବୁଦ୍ଧିଆ ହେବେ ।
ମାଛ ଏବଂ ଅଣ୍ଡା: ସବୁ ପ୍ରକାରର ମାଛ ବିଶେଷକରି ସାଲମନ୍ ମାଛ ପିଲାଙ୍କ ଖାଦ୍ୟ ତାଲିକାରେ ସାମିଲ କରିବା ସେମାନଙ୍କ ବୌଦ୍ଧିକ ବିକାଶ ଲାଗି ବେଶ୍ ଉପକାରୀ। କାରଣ ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ମସ୍ତିଷ୍କ କୋଷଗୁଡିକର ବୃଦ୍ଧି କରିବା ସହ ଏହାର କାର୍ଯ୍ୟକ୍ଷମତା ବି ବଢ଼ାଇବାରେ ସାହାଯ୍ୟ କରିଥାଏ । ସେହିପରି ଅଣ୍ଡାରେ ଥିବା ବିଭିନ୍ନ ଉପକାରୀ ତତ୍ତ୍ୱ ବି ପିଲାଙ୍କ ବୁଦ୍ଧିର ବିକାଶରେ ଲାଭଦାୟକ ।
ବାଦାମ: କାଜୁ, ଚିନାବାଦାମ ଏବଂ ଆଲମଣ୍ଡ ଆଦିକୁ ମଧ୍ୟ ପ୍ରତିଦିନ କିଛି କିଛି ପିଲାଙ୍କୁ ଖାଇବାକୁ ଦେବା ଦରକାର । କାରଣ ଏଥିରେ ଭିଟାମିନ୍ ଇ ଏବଂ ଜିଙ୍କ୍ ପିଲାଙ୍କ ମାନସିକ ବିକାଶରେ ବେଶ୍ ଉପକାରୀ ।
ଓଟ୍: ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ଏବଂ ଫାଇବର ଭରି ରହିଛି, ଯାହାକି ହୃତ୍ପିଣ୍ଡକୁ ପରିଷ୍କାର ରଖିବା ସହ ମସ୍ତିଷ୍କକୁ ମଧ୍ୟ ଆକ୍ଟିଭ୍ ରଖିଥାଏ ।
Powered by Froala Editor