Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ...

  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ...

  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

Home ›› ››କ୍ୟାବିନେଟରେ ଅନୁମୋଦନ ଲାଭ କଲା ଏହିସବୁ ପ୍ରସ୍ତାବ

କ୍ୟାବିନେଟରେ ଅନୁମୋଦନ ଲାଭ କଲା ଏହିସବୁ ପ୍ରସ୍ତାବ

2022-11-30 07:25:03
13819
Share:
Facebook
Twitter
E-Mail
WhatsApp
Telegram
କ୍ୟାବିନେଟରେ ଅନୁମୋଦନ ଲାଭ କଲା ଏହିସବୁ ପ୍ରସ୍ତାବ

ଭୁବନେଶ୍ୱର:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।

ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ବାରା କରାଯିବ । ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ବାରା ଅନୁମୋଦନ ଲାଭ କରିଛି ।

ନୂତନ ପର୍ୟ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ପର୍ୟ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ Health, Wellness ଓ ମେଡିକାଲ ଟୁରିଜିମ୍‌କୁ ପର୍ୟ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି ।

ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ।

ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍‌-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ବାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ।

ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ ।

ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ। ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି ।

ଓଡିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଞ୍ଚଳିକ, ଘରୋଇ ତଥା ଆନ୍ତର୍ଜାତିକ ବିମାନ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଉତ୍ତମ ବ୍ୟବସାୟିକ ଓ ନିଯୁକ୍ତି ପରିବେଶ ସୃଷ୍ଟି କରିବ।

ରାଜ୍ୟ କ୍ୟାବିନେଟ ଏକ ନୂତନ Registered Vehicle Scrapping Facility Policy-୨୦୨୨କୁ ଅନୁମୋଦନ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍‌ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

ଓଡିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ରାଜ୍ୟରେ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ନୀତି ଅନୁଯାୟୀ ଶିଳ୍ପ ଗୁଡିକୁThrust Sector, Priority Sector ଭାବରେ ବର୍ଗୀକୃତ କରାଯାଇଛି । ଏହି ନୂଆ ନୀତି ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ପାଇଁ ସର୍ବୋତ୍ତମ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ।

ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ ।

ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି।

ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ-୨୦୧୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଏହାସହିତ ଉକ୍ତ ଆଇନରେ ଏକ ନୂତନ ଅଧ୍ୟାୟ ୩-ଏ, ନୂତନ ଧାରା ୧୦-ଏ ଓ ୩୩-ଏ କୁ ଅନ୍ତର୍ଭୁକ୍ତ କରିବାପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି, ଦ୍ରୁତ ଶିଳ୍ପାୟନ ତଥା ଅଧିକରୁ ଅଧିକ ନିବେଶକ ମାନଙ୍କ ପାଇଁ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ହୋଇପାରିବ।

Powered by Froala Editor

Tags Cabinet

Related articles Odisha News Lens 4.1

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...

    13733
    May 26, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13398
    May 26, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13655
    May 25, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି
    ବିଶେଷ

    ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14533
    May 26, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13532
    May 26, 2026
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା
    ଦେଶ-ଦେଶାନ୍ତର

    ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14462
    May 26, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14866
    May 25, 2026
  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି
    ଅପରାଧ

    ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

    15420
    May 26, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14652
    May 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    15093
    May 25, 2026
  • ବିଶେଷ

    ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14533
    May 26, 2026
  • ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13532
    May 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16882
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17501
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17549
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17931
    Sep 06, 2023

ବିଶେଷ

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14533
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15733
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15024
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14434
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14557
    May 18, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15424
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15165
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15655
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13991
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14533
    May 26, 2026
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14462
    May 26, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14652
    May 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In