ରୋଷେଇଘରେ ଆରାମରେ କାମ କରିବାର ସରଳ ସୂତ୍ର
ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ସୂତ୍ର ରୋଷେଇଘରେ ରହିଛି । ରୋଷେଇଘର ଯେତେ ସଫା ରହିବ, ପରିବାରର ଲେଶକଙ୍କର ସ୍ୱାସ୍ଥ୍ୟ ସମସ୍ୟା ସେତିକି କମ ହେବ । ମହିଳାମାନେ ରୋଷେଇଘରେ ଅଧିକ ସମୟ ବିତାଉଥିବାରୁ ସେମାନେ ଏ ବାବଦରେ ବେଶୀ ଧ୍ୟାନ ଦେବା ଜରୁରୀ । ଏହା ସହିତ ସେମାନେ ରୋଷେଇଘରେ ଆରାମରେ କାମ କରିପାରୁଥିବା ଉଚିତ । ନଚେତ୍ ଚିଡ଼ଚିଡ଼ା ମନୋଭାବ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ । କାମ କରିବାର କେତେକ ସୂତ୍ର ଜାଣନ୍ତୁ-
- ରୋଷେଇଘରେ ତେଲ କିମ୍ବା ଘିଅ ପଡ଼ିଗଲେ ତା’ ଉପରେ ତୁରନ୍ତ ବ୍ଲିଚିଂ ପାଉଡ଼ର ପକାଇ ଦିଅନ୍ତୁ । ଏହାପରେ ବ୍ରଶରେ ହାଲକା ଘସିଦେଲେ ଦାଗ ସହ ତେଲିଆ ଅଂଶ ମଧ୍ୟ ପଳାଇବ ।
- ସେହିପରି ରୋଷେଇଘର ଚଟାଣ ମଇଳା ଦିଶୁଥିଲେ ପାଣିରେ ଏକକପ ଧଳା ଭିନେଗାର ପକାଇ ସଫା କରିଦିଅନ୍ତୁ । ଏହା ଚମକି ଉଠିବ ।
- ଚିନିଡ଼ବାରେ ପିମ୍ପୁଡ଼ି ଲାଗିଯାଉଥିଲେ ଡ଼ବା ଭିତରେ ୬-୭ଟି ଲବଙ୍ଗ ପକାଇ ଦିଅନ୍ତୁ । ପିମ୍ପୁଡ଼ି ପଳାଇବେ ।
- ନୁଡ଼ଲସ, ମାକାରୋନି କିମ୍ବା ପାସ୍ତା ସିଝାଇବା ପରେ ଥଣ୍ଡା ପାଣିରେ ପକାଇ ଧୋଇଦିଅନ୍ତୁ । ଏଗୁଡ଼ିକ ପରସ୍ପର ସହ ନଲାଗି ଗୋଟିଗୋଟି ହୋଇ ରହିବ ।
- ମିକ୍ସରର ବ୍ଲେଡ଼୍ ଧାରୁଆ ରଖିବା ଲାଗି ମାସକୁ ଥରେ ଏଥିରେ ଲୁଣ ପକାଇ ଚଲାଇଦେବେ । ବ୍ଲେଡ଼ର ଧାର ଠିକ୍ ରହିବ ।
Powered by Froala Editor