ଟ୍ୱିଟର ଲଞ୍ଚ କରିବ ବ୍ଲୁ ସହ ଗୋଲ୍ଡ ଓ ଗ୍ରେ ଚେକ୍ ମାର୍କ

ଏଲନ ମସ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ଏକଥା ଘୋଷଣା କରିଛନ୍ତି।
ମସ୍କ ଟ୍ୱିଟରରେ ଜନୈକ ୟୁଜରଙ୍କ ସର୍ଭିସ ପୁଣି ଆରମ୍ଭ କରିବାରେ ବିଳମ୍ବ ଲାଗି କ୍ଷମାଯାଚନା କରି ଜବାବ ରଖିଛନ୍ତି ଯେ କମ୍ପାନୀ ଅସ୍ଥାୟୀ ରୂପରେ ଡିସେମ୍ବର ୨ ତାରିଖ ଦିନ ତାର ଭେରିଫିକେସନ ସର୍ଭିସ ଲଞ୍ଚ କରିବ। ମସ୍କଙ୍କ ଅନୁସାରେ ଟ୍ୱିଟର ୩ ପ୍ରକାର ଆକାଉଣ୍ଟ ମଧ୍ୟରେ ଅନ୍ତର କରିବା ଲାଗି ଅଲଗା ଅଲଗା ଚେକ୍ ମାର୍କର ବ୍ୟବହାର କରିବ।
ମସ୍କ କହିଛନ୍ତି ଯେ ଟ୍ୱିଟର କମ୍ପାନୀମାନଙ୍କ ଲାଗି ଗୋଲ୍ଡ ଚେକ୍ ମାର୍କ, ସରକାରମାନଙ୍କ ଲାଗି ଗ୍ରେ ଚେକ୍ ମାର୍କ ଓ ଇଣ୍ଡିଭିଜୁଆଲସ୍ (ସେଲିବ୍ରିଟି ହୋଇଥାନ୍ତୁ କି ନ ହୋଇଥାନ୍ତୁ) ବ୍ଲୁ ଚେକ୍ ମାର୍କ ଜାରି କରିବ।
ଆକାଉଣ୍ଟ ଗୁଡ଼ିକର କାର୍ଯ୍ୟକଳାପକୁ ଦେଖି ଆପେଆପେ ଏହାକୁ ଭେରିଫାଏଡ କରାଯିବ। ଏହା ଯନ୍ତ୍ରଣା ଦାୟକ କିନ୍ତୁ ଜରୁରୀ ମଧ୍ୟ ବୋଲି ମସ୍କ କହିଛନ୍ତି। ଲଞ୍ଚ ବେଳେ ଆହୁରି ବିସ୍ତୃତ ଭାବେ ନିୟମ ଗୁଡ଼ିକ କମ୍ପାନୀ ବୁଝାଇ ବୋଲି ମଧ୍ୟ ମସ୍କ ପ୍ରତିଶ୍ରୁତି ଦେଇଛନ୍ତି।
Powered by Froala Editor