ପାଇଲଟ ଜଣେ ଗଦ୍ଦାର: ଗେହେଲଟ
ଜୟପୁର : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହେଲଟ ଓ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଗତ ୪ବର୍ଷ ଭିତରେ ଦୁଇ ଦୁଇ ଥର ରାଜନୈତିକ ସଙ୍କଟର ସାମ୍ନା କରିଛି ।
ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନକଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ କଡା ବିରୋଧ କରାଯିବ ବୋଲି ଗୁଜ୍ଜର ନେତା ଦିଜୟ ସିଠ ବୈଂଶାଲା ବୟାନ ଦେବା ପରେ ତାକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି । ଗଣମାଧ୍ୟମକୁ ସୂଚନା ଦେଇ ଗେହେଲଟ କହିଛନ୍ତି ଯେ, ପାଇଲଟ ଜଣେ ଗଦ୍ଦାର । ଏଭଳି ଗଦ୍ଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଯେଉଁ ନେତାଙ୍କ ପାଖରେ ୧୦ ବିଧାୟକଙ୍କ ସମର୍ଥନ ନାହିଁ, ତାଙ୍କୁ ଦଳର ହାଇ କମାଣ୍ଡ ମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ । ଯଦି ହାଇକମାଣ୍ଡ ଅନ୍ୟ କାହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ସମର୍ଥିତ ୧୦୨ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କରାଯାଉ ବୋଲି ଗେହଲଟ କହିଛନ୍ତି । ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଟଙ୍କା ବାଣ୍ଟିଛି ।
୧୦କୋଟି ଟଙ୍କା ବଣ୍ଟାଯାଇଛି ବୋଲି ଗେହେଲଟ କହିଛନ୍ତି । ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଟଙ୍କା ବାଣ୍ଟିଛି । ୧୦ କୋଟି ଟଙ୍କା ବଣ୍ଟାଯାଇଛି ବୋଲି ଗେହଲଟ ଅଭିଯୋଗ କରିବା ସହ ତାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ଥିବା ଦାବି କରିଛନ୍ତି । ଅନ୍ୟପକ୍ଷରେ ଗେହଲଟଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାଇଳଟ । ସେ କହିଛନ୍ତି ଏହା ଭିତ୍ତିହୀନ ଅଭିଯୋଗ ।
Powered by Froala Editor