ମୋତିଆବିନ୍ଦୁ ଅପରେସନ କରି ଦୃଷ୍ଟିଶକ୍ତି ହରାଇଲେ ୬ ବ୍ୟକ୍ତି
ମୋତିଆବିନ୍ଦୁ ଅପରେସନ କରିଥିଲେ । ଭାବିଥିଲେ ଆଖିକୁ ଭଲ ଦେଖାଯିବ । ହେଲେ ଏକ ନର୍ସିଂହୋମର ଅବହେଳା ପାଇଁ ୬ ଜଣଙ୍କ ଦୃଷ୍ଟିଶକ୍ତି ନାହିଁ । ଉତ୍ତରପ୍ରଦେଶ କାନପୁରରେ ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍ରେ ମୋତିଆବିନ୍ଦୁ ଅପରେଶନ୍ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି।
ଏନେଇ ହସ୍ପିଟାଲରେ ଅଭିଯୋଗ କରିବାରୁ ଡାକ୍ତର ତାଙ୍କୁ ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ। ଶେଷରେ ଉକ୍ତ ବ୍ୟକ୍ତିମାନେ ସିଏମ୍ଓଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସିଏମ୍ଓ ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ୬ଜଣ ବ୍ୟକ୍ତି ନଭେମ୍ବର ୨ରେ କାନପୁର ସାଉଥର ଆରାଧ୍ୟା ନର୍ସିଂ ହୋମରେ ନିଶୁଳ୍କ ଆଇ କ୍ୟାମ୍ପରେ ମୋତିଆବିନ୍ଦୁ ଅପରେଶନ୍ କରିଥିଲେ। ଅପରେଶନ୍ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ତାଙ୍କ ଆଖିର ଦୃଷ୍ଟି ଶକ୍ତି ପଳାଇଥିଲା।
Powered by Froala Editor