ମା’ ହେଲେ ଇଶା ଅମ୍ବାନୀ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୯ ନଭେମ୍ବରରେ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି, ଯେଉଁଥିରେ ଏକ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଇଶା ଓ ସେମାନଙ୍କର ଉଭୟ ସନ୍ତାନ ସୁସ୍ଥ ଅଛନ୍ତି। ପୁଅର ନାମ କୃଷ୍ନା ଏବଂ ଝିଅର ନାମ ଆଦିଆ ରଖାଯାଇଛି ।
ଆନନ୍ଦ ପିରାମଲଙ୍କ ମାତାପିତା କହିଛନ୍ତି, ଯମଜ ଶିଶୁଙ୍କ ଆଗମନ ଘୋଷଣା କରି ସେମାନେ ଅତ୍ୟନ୍ତ ଆନନ୍ଦିତ ଏବଂ ସମସ୍ତେ ବହୁତ ଖୁସି। ଆଶୀର୍ବାଦ ଏବଂ ଶୁଭେଚ୍ଛା। ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ।
ସୂଚନା ଥାଉ କି ଡିସେମ୍ବର ୨୦୧୮ ମସିହାରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ଆନନ୍ଦ ହେଉଛନ୍ତି ପିରାମଲ୍ ଗ୍ରୁପ୍ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ। ଆନନ୍ଦ ହେଉଛନ୍ତି ପିରାମିଲ୍ ରିୟଲିଟି ନାମକ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନିର ନିର୍ମାତା। ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ପିରାମିଲ୍ ହେଲଥ ବାହାର କରିଥିଲେ। ଏହା ଜରିଆରେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ଦିନକୁ ୪୦,୦୦୦ ରୋଗୀ ଚିକିତ୍ସତ ହୁଅନ୍ତି।
Powered by Froala Editor