୧୨ ବର୍ଷ ପରେ ଅଲଗା ହେଲେ ସୋଏବ-ସାନିଆ !
ଦୀର୍ଘ ୧୨ ବର୍ଷର ବୈବାହିକ ଜୀବନ ପରେ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଉଭୟ ଖୁବ୍ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ହେଲେ ଏହାକୁ ନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।
ଏସବୁ ଭିତରେ ସାନିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୋଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛି ଯେ “ଭାଙ୍ଗି ଯାଇଥିବା ହୃଦୟ କୁଆଡ଼େ ଯାଏ? ଆଲ୍ଲାଙ୍କୁ ଖୋଜିବା ପାଇଁ?” ସାନିଆ ଯେବେ ଠାରୁ ଏପରି ପୋଷ୍ଟ କରଛନ୍ତି, ତା’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସାନିଆ ଓ ସୋଏବ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏ ସମ୍ପର୍କରେ ସୋଏବ କିମ୍ବା ସାନିଆ ବିଧିବଦ୍ଧ ଭାବେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି।
ରିପୋର୍ଟ ଅନୁଯାୟୀ, ସାନିଆ ଏବଂ ସୋଏବ ୨୦୧୦ ମସିହାରେ ବିବାହ କରିଥିଲେ। ଇଜହାନ ନାମରେ ଏମାନଙ୍କର ୪ ବର୍ଷର ପୁଅ ମଧ୍ୟ ରହିଛନ୍ତି। ସୋଏବ ଓ ସାନିଆ ଏବେ ଅଲଗା ଅଲଗା ରହୁଛନ୍ତି। ସେମାନେ କେବଳ ନିଜ ପୁଅକୁ ଭେଟିବାକୁ ବେଳେବେଳେ ଏକାଠି ହେଉଛନ୍ତି। ଏହାବାଦ ଉଭୟଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ସମ୍ପର୍କ ନଥିବା କୁହାଯାଉଛି।
Powered by Froala Editor