ଚିତାଙ୍କ ଶିକାର ଆରମ୍ଭ : ହରିଣ ମାରି ଖାଇଲେ ଫ୍ରେଡି ଓ ଏଲଟନ୍
ସେପ୍ଟେମ୍ବର ମାସରେ ଆଫ୍ରିକୀୟ ରାଷ୍ଟ୍ର ନାମିବିଆରୁ ଆସିଥିବା ୮ଟି ଚିତାବାଘଙ୍କ ମଧ୍ୟରୁ ୨ଟି ଶିକାର କରିଛନ୍ତି। ଛୋଟ ଏନକ୍ଲୋଜରରୁ ମୁକ୍ତ ହେବାର ୨୪ଘଣ୍ଟା ମଧ୍ୟରେ ଚିତାମାନେ କରିଛନ୍ତି ସେମାନଙ୍କର ପ୍ରଥମ ଶିକାର। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ରବିବାର ଅପରାହ୍ଣରେ ଏନକ୍ଲୋଜର ଭିତରେ ଗୋଟିଏ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ନାମିବିଆରୁ ଆଶିବା ପରେ ଏହା ସେମାନଙ୍କର ପ୍ରଥମ ଶିକାର ବୋଲି କୁହାଯାଇଛି।
ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଏହି ଚିତାମାନେ ରବିବାର ରାତିରେ କିମ୍ବା ସୋମବାର ସକାଳେ ଏକ ହରିଣର ଶିକାର କରିଛନ୍ତି। ବଡ଼ ଏନକ୍ଲୋଜରରେ ଛାଡି ଦିଆଯାଇଥିବା ଦୁଇଟି ଚିତା ହେଉଛନ୍ତି ଫ୍ରେଡି ଏବଂ ଏଲଟନ୍ । ନଭେମ୍ବର ୫ରେ ସେମାନଙ୍କୁ ଏକ ବଡ଼ ଏନକ୍ଲୋଜରରେ ଛଡ଼ା ଯାଇଥିଲା। ଏହା ପରେ ସେମାନେ ଶିକାର କରିଥିଲେ।
Powered by Froala Editor