ଟିଟିଡି ଘୋଷଣା : ତିରୁପତି ମନ୍ଦିରର ମୋଟ ସମ୍ପତ୍ତି ମୂଲ୍ୟ ୨.୨୬ ଲକ୍ଷ କୋଟି
ଶନିବାର ତିରୁମାଲା ତିରୁପତି ଦେବସ୍ଥାନମ୍ସ୍’ (ଟିଟିଡି) ପକ୍ଷରୁ ମନ୍ଦିରର ସମ୍ପତ୍ତି ଘୋଷଣା କରାଯାଇଛି। ମନ୍ଦିରର ସମସ୍ତ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୨.୨୬ ଲକ୍ଷ କୋଟି (ପ୍ରାୟ ୩୦ ଆମେରିକୀୟ ଡଲାର) ହେବ ବୋଲି ଟିଟିଡି କହିଛି। ଜାତୀୟକରଣ ବ୍ୟାଙ୍କ୍ରେ ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧୦.୩ ଟନ୍ ସୁନା ଜମା ଦିଆଯାଇଛି। ସେହିପରି, ନଗଦ ୧୫,୯୩୮ କୋଟି ଟଙ୍କା ମଧ୍ୟ ଜମା ରଖାଯାଇଛି। ତାର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ‘ଟିଟିଡି’ କହିଛି। ସମଗ୍ର ଭାରତରେ ମନ୍ଦିର ନାଁରେ ୭,୧୨୩ ଏକର୍ ଜମି ଉପରେ ୯୬୦ଟି ଘର ରହିଛି।
ସୂଚନା ଯେ, ଅନେକ ପିଏସୟୁ ଏବଂ ବେସରକାରୀ ବ୍ୟାଙ୍କରେ ଟିଟିଡିର ଜମା ଜୁନ ୨୦୧୯ରେ ୧୩,୦୨୫ କୋଟି ଥିଲା, ଯାହାକି ୩୦ ସେପ୍ଟେମ୍ବର ୨୦୨୨ରେ ୧୫,୯୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏହା ଏକ ରେକର୍ଡ ବୃଦ୍ଧି ଭାବରେ ଦେଖାଯାଉଛି।
ଟିଟିଡି କହିଛି ଯେ, ୨୦୧୯ରୁ ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଟ୍ରଷ୍ଟ୍ ଅସ୍ୱୀକାର କରିଛି। ବଳକା ଅର୍ଥରାଶି ସିଡ୍ୟୁଲ୍ଡ୍ ବ୍ୟାଙ୍କ୍ରେ ବିନିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ଜାରି ପ୍ରେସ୍ ରିଲିଜ୍ରେ ଟିଟିଡି କହିଛି, ଶ୍ରୀବରିଙ୍କ ଭକ୍ତମାନଙ୍କୁ ଅନୁରୋଧ ସେମାନେ ଏଭଳି ଷଡ଼ଯନ୍ତ୍ରମୂଳକ ମିଥ୍ୟା ପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ।
Powered by Froala Editor