ସାମାନ୍ୟ ସୁଧୁରିଲା ବାୟୁ ମାନ : ଦିଲ୍ଲୀକୁ ଏଣ୍ଟ୍ରି କରିପାରିବ ଡିଜେଲ ଟ୍ରକ୍

ଦିଲ୍ଲୀରେ ପ୍ରଦୂଷଣ ବଢିବା ଯୋଗୁ ସରକାର ୩ ଦିନ ତଳେ ଜାରି କରିଥିବା କଟକଣାକୁ ରବିବାର ପ୍ରତ୍ୟାହାର କରିଛନ୍ତି। ବାୟୁ ମାନରେ ସାମାନ୍ୟ ଉନ୍ନତି ପରେ କିଛି କଟକଣା ହଟାଇଛନ୍ତି। ଏହି କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ।
କେନ୍ଦ୍ର ସରକାରଙ୍କର ବାୟୁ ଗୁଣବତ୍ତା ଆୟୋଗ ଏୟାର ପଲ୍ୟୁସନ ଆକ୍ସନ ପ୍ଲାନର ଶେଷ ପର୍ଯ୍ୟାୟ ଅନୁସାରେ , ୩ଦିନ ପୂର୍ବେ ଦିଲ୍ଲୀରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ହେଲେ ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବିକ , ଦିଲ୍ଲୀ ଏନସିଆରର ଅଞ୍ଚଳରେ ଏବେ ବି ସ୍ମଗ୍ର ସ୍ତର ଜାରି ରହିଛି।
ଦିଲ୍ଲୀ ଏନସିଆରର ବାୟୁ ଗୁଣବତ୍ତାରେ ସୁଧାର ଆସିବା ସଙ୍କେତ ଭିତରେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ( ସିଏକ୍ୟୁଏମଏମ)ର ବୈଠକ ହୋଇଥିଲା । ଆୟୋଗ ପକ୍ଷରୁ ଜାରି ଅଫିସିଆଲି ବୟାନରେ କୁହାଯାଇଛି କି ଦିଲ୍ଲୀ-ଏନସିଆରରେ ନନ୍-ବିଏସ୍ ୪ ଇଞ୍ଜିନ ଥିଲା ହାଲକା ଡିଜେଲ ଗାଡ଼ି ଓ ଦେଶର ରାଜଧାନୀରେ ଟ୍ରକର ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟେଇ ଦିଆ ଯାଇଛି।
ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି।
Powered by Froala Editor