ଭାରତରେ ହୋଇନି, ଏହି ୫ ଦେଶରୁ ଆରମ୍ଭ ବ୍ଲୁଟିକ୍ ଫିଚର
ଟ୍ୱିଟର ମାଲିକ ଏଲନ୍ ମସ୍କ ବ୍ଲୁ-ଟିକ୍ ପାଇଁ ଦେୟ ନିଶ୍ଚିତ କରିଛନ୍ତି। ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ୍ ଆବଶ୍ୟକ କରିବେ ସେମାନଙ୍କୁ ପ୍ରତି ମାସରେ ୮ ଡଲାର ଦେବାକୁ ପଡିବ। ଟ୍ୱିଟରର ନୂତନ ନିଷ୍ପତ୍ତି ବିଷୟରେ ଆପଲ୍ ମଧ୍ୟ ଏହାର ଗ୍ରାହକଙ୍କୁ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଆପଲ୍ ଆପ୍ ଷ୍ଟୋର୍ରେ ଟ୍ୱିଟର ଆପ୍ ଡାଉନଲୋଡ୍ କରିବାବେଳେ ଲେଖାଯାଇଛି ଯେ ଟ୍ୱିଟର ବ୍ଲୁ ସେବା ପାଇଁ ଆପଣଙ୍କୁ ମାସକୁ ୭.୯୯ ଡଲାର୍ ଦେବାକୁ ପଡିବ।
ମାତ୍ର ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଏହି ୮ ଡଲାର ସବସ୍କ୍ରିପସନ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ କରାଯାଇ ନାହିଁ। କେବଳ iOS ୟୁଜରଙ୍କ ପାଇଁ କେତେକ ନିର୍ଦ୍ଦିଷ୍ଟ ଦେଶମାନଙ୍କ ପାଇଁ ଭେରିଫିକେଶନ ପ୍ରକ୍ରିୟା ନିଶ୍ଚିତ କରାଯାଇଛି। ଏହି ଦେଶ ଗୁଡ଼ିକ ହେଲା ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ରିଟେନ। ତେବେ ଭାରତରେ ଭେରିଫିକେଶନ୍ ସବସ୍କ୍ରିପସନ୍ ବାବଦରେ ସବିଶେଷ ତଥ୍ୟ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।
ମସ୍କ କହିଛନ୍ତି, ଆଶା କରୁଛି, ଏକ ମାସରୁ କମ୍ ଲାଗିବ । କିନ୍ତୁ ଭାରତରେ ଏହି ସବସ୍କ୍ରିପସନ୍ ଚାର୍ଜ କରାଯାଇ ନାହିଁ ବୋଲି ମସ୍କ କହିଛନ୍ତି। ସବସ୍କ୍ରିପସନ୍ ବ୍ଲୁ ଟିକ୍ ବ୍ୟତୀତ ନୂତନ ଫିଚର ମଧ୍ୟ ଉପଲବ୍ଧ ହେବ। ଆଗରୁ ମସ୍କ କହିଛନ୍ତି ଯେ, ଟ୍ୱିଟର ବ୍ଲୁଟିକ୍ ଯେଉଁମାନେ ବ୍ୟବହାର କରିବେ ସେମାନଙ୍କୁ ୮ ଡଲାର ଦେବାକୁ ହେବ । ତାଙ୍କୁ ଲୋକମାନେ ଯେତେ ଗାଳି ଦେଲେ ବି ସେ ଏହି ନିଷ୍ପତ୍ତିରୁ ପଛକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଏଲନ ମସ୍କ୍ ।
Powered by Froala Editor