ସୁନା ତସ୍କରୀ ସନ୍ଦେହ : ସାଂସଦଙ୍କ ପୁଅଙ୍କ ଏକ୍ସ-ରେ କରାଇଲେ କଷ୍ଟମ ଅଧିକାରୀ
![ସୁନା ତସ୍କରୀ ସନ୍ଦେହ : ସାଂସଦଙ୍କ ପୁଅଙ୍କ ଏକ୍ସ-ରେ କରାଇଲେ କଷ୍ଟମ ଅଧିକାରୀ](https://odishanewslens.com/news_gallery/17417_1667761171.jpg)
ସୁନା ତସ୍କରୀ ସନ୍ଦେହରେ କେରଳ ଏୟାରପୋର୍ଟରେ ମୁସଲିମ୍ ଲିଗ୍ର ରାଜ୍ୟସଭା ସାଂସଦ ଅବଦୁଲ ୱାହବଙ୍କ ପୁଅଙ୍କର ପୋଷାକ ଖୋଲା ଯାଇଛି ଏବଂ କରାଯାଇଛି ତାଙ୍କର ଏକ୍ସ-ରେ ପରୀକ୍ଷା। ଏହି ମାମଲା ଏବେ ସାମ୍ନାକୁ ଆସିବା ପରେ କ୍ଷୁବ୍ଧ ହୋଇଛନ୍ତି ସାଂସଦ । ଏହି ପ୍ରସଙ୍ଗରେ ରାଜ୍ୟସଭା ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ ତାଙ୍କ ପୁଅକୁ ତିରୁବନନ୍ତପୁର ବିମାନବନ୍ଦରରେ ପ୍ରାୟ ଏକ ଘଣ୍ଟା ଧରି ଅଟକ ରଖାଯାଇଥିଲା ଏବଂ ପରେ ଏକ୍ସ-ରେ ପାଇଁ ଜବରଦସ୍ତ ଡାକ୍ତରଖାନା ନିଆଯାଇଥିଲା। ପୁଅକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ଏବଂ ପରେ ତାଙ୍କ ଜିନିଷପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା। ତା’ପରେ ତାଙ୍କ ପୁଅଙ୍କ ପୋଷାକ କାଢି ଦିଆଯାଇଥିଲା ଓ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଏକ୍ସ-ରେ କରାଯାଇଥିଲା ।
ସାଂସଦ କହିଛନ୍ତି କି ଏହି ଘଟଣାଟି ନଭେମ୍ୱର ୧ରେ ଘଟିଥିଲା , ତାଙ୍କର ପୁଅ ସାରଜାରୁ ଏୟାର ଆରବିୟା ପ୍ଲାଇଟରେ ଆସିଥିଲେ। ହେଲେ ଏକ୍ସ-ରେ ଯାଞ୍ଚ ପରେ ସୁନା ନମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇ ଥିଲା। ହିନ୍ଦୁସ୍ତାନ ଟାଇମ୍ସ ସହ ଫୋନ୍ରେ କଥାବାର୍ତ୍ତାରେ ସାଂସଦ ନିଜ ପୁଅ ସହ ହୋଇଥିବା ଏଭଳି ହରକତକୁ ଅମାନବୀୟ ବ୍ୟବହାର କହିଥିଲେ। ସେ ଦାବି କରିଛନ୍ତି କି ଆମେ ସୀମା ଶୁଳ୍କ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ସାଂସଦ କହିଛନ୍ତି , ସାଧାରଣତଃ ଏମିତି ସ୍ଥିତିରେ ଏକ୍ସ-ରେ ଯାଞ୍ଚ ପାଇଁ ମାଜିଷ୍ଟ୍ରେଟ୍ଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଷ୍ଟମ ଅଧିକାରୀ କହିଛନ୍ତି ଯେ ସମାନ ନାମର ବ୍ୟକ୍ତି ଏୟାର ଆରବ ବିମାନରେ ବିପୁଳ ପରିମାଣର ସୁନା ଚୋରା ଚାଲାଣ କରୁଥିବାର ଗୁପ୍ତ ସୂଚନା ମିଳିଥିଲା । ଯାହାକୁ ନେଇ ଯାଞ୍ଚ କରାଯାଇଥିଲା ।
Powered by Froala Editor