ଭୁଲ୍ରେ ଆକାଉଣ୍ଟକୁ ଆସିଲା ୬ କୋଟି, ବାଏଁ ବାଏଁ ଉଡ଼ାଇଦେଲେ ଏହି ବ୍ୟକ୍ତି
![ଭୁଲ୍ରେ ଆକାଉଣ୍ଟକୁ ଆସିଲା ୬ କୋଟି, ବାଏଁ ବାଏଁ ଉଡ଼ାଇଦେଲେ ଏହି ବ୍ୟକ୍ତି](https://odishanewslens.com/news_gallery/17396_1667681267.jpg)
ଜଣେ ଦମ୍ପତି ଘର କିଣିବା ପାଇଁ ବ୍ୟାଙ୍କକୁ ଟଙ୍କା ଦେବା ସମୟରେ ଭୁଲବଶତଃ ଜଣେ ଅପରିଚିତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଚାଲିଯାଇଥିଲା। ମାତ୍ର, ଉକ୍ତ ବ୍ୟକ୍ତି ଜଣକ ଏ ବାବଦରେ କାହାକୁ ନ ଜଣାଇ ଧୁମ୍ ଖର୍ଚ୍ଚ କରିବାକୁ ଲାଗିଲେ। ୬ କୋଟିରୁ ୫ କୋଟି ଟଙ୍କାର ସୁନା କିଣିଦେଲେ ଓ ବାକିତକ ଟଙ୍କା ଆକାଉଣ୍ଟରୁ ଉଠାଇଆଣିଲେ । କିନ୍ତୁ ସତ କଥା ଜଣାପଡିବା ପରେ ଏବେ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି ।
ଏମିତି ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ସିଡନୀଠାରେ । ରିପୋର୍ଟ ମୁତାବକ ସିଡନୀରେ ବାସ କରୁଥିବା ୨୪ ବର୍ଷୀୟ ଅବଦେଲ ନାମକ ଜଣେ ଯୁବକଙ୍କ ଆକାଉଣ୍ଟରେ ଭୁଲବଶତଃ ୬ କୋଟି ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ଅବଦୁଲ ପେଶାରେ ଜଣେ ରାପର୍ । ନିଜ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା ଦେଖି ସେହି ଟଙ୍କାରେ ଅନେକ ମହଙ୍ଗା ଜିନିଷମାନ କିଣି ପକାଇଥିଲେ । ସୁନାଠୁ ଆରମ୍ଭ କରି ନାମିଦାମୀ ବ୍ରାଣ୍ଡର କପଡ଼ା, ମେକଅପ୍ ଆଦି ଜିନିଷ କିଣିବା ସହ ଲଗଜରି ପାର୍ଟି ଓ ବାରକୁ ନିୟମିତ ଯିବାକୁ ଲାଗିଲେ। କିନ୍ତୁ ପରେ ତାଙ୍କୁ ପୋଲିସ ଗିରଫ କରିଛି ।
Powered by Froala Editor