ପ୍ରମାଣ ଭାବରେ ଏହାକୁ ଲେଖି ରଖନ୍ତୁ, କଂଗ୍ରେସ ପାଞ୍ଚଟି ସିଟ ବି ଜିତିପାରିବ ନାହିଁ
![ପ୍ରମାଣ ଭାବରେ ଏହାକୁ ଲେଖି ରଖନ୍ତୁ, କଂଗ୍ରେସ ପାଞ୍ଚଟି ସିଟ ବି ଜିତିପାରିବ ନାହିଁ](https://odishanewslens.com/news_gallery/17394_1667679962.jpg)
ଗୁଜୁରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆରୋପ-ପ୍ରତ୍ୟାରୋପ ବ୍ୟତୀତ ନେତାମାନେ ଭବିଷ୍ୟବାଣୀ ମଧ୍ୟ ଦେଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ ମୁଁ ଏହାକୁ ଲିଖିତ ଆକାରରେ ଦେଉଛି। ଏଥର କଂଗ୍ରେସ ଦଳ ଗୁଜୁରାଟରେ ପାଞ୍ଚଟି ଆସନ ଜିତିବାକୁ ସକ୍ଷମ ହେବ ନାହିଁ।
କେଜ୍ରିୱାଲ କଂଗ୍ରେସକୁ ପରିହାସ କରି କହିଛନ୍ତି ଯେ ଗୁଜୁରାଟରେ କେହି ଏହି ପୁରୁଣା ଦଳକୁ ଗମ୍ଭୀରତାର ସହ ନେଉନାହାଁନ୍ତି। କଂଗ୍ରେସ ସେଠାରେ ପାଞ୍ଚଟି ସିଟ ବି ଜିତିପାରିବ ନାହିଁ । ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି। ଏହା କହି ସେ ହାତରେ ଏକ କାଗଜ ଓ କଲମ ନେଇ ଭବିଷ୍ୟତ ପାଇଁ ଏକ ପ୍ରମାଣ ଭାବରେ ଲେଖିଛନ୍ତି, ଏହାକୁ ରଖନ୍ତୁ, ଏହା ହେଉଛି କଂଗ୍ରେସ ପାଇଁ ନିର୍ବାଚନ ଫଳାଫଳ ବିଷୟରେ ମୋର ପୂର୍ବାନୁମାନ।
Powered by Froala Editor