ମେ’ ୧୫ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, ନୀତିକାନ୍ତି ଜାରି ରହିବ

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ପଦକ୍ଷେପ ନେଇଛନ୍ତି। ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଚାଲୁ ରହିବା ନେଇ କହିଛି ଶ୍ରୀମନ୍ଦିର ପ୍ରଶାସନ ।
ପୂର୍ବରୁ କେବଳ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ପରେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ କଟକଣା ଜାରି ରହିଥିଲା। ତେବେ ଏହି ସମୟରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଜାରି ରହିବ।
ସେପଟେ ବିନା ଭକ୍ତ ଓ ସୀମିତ ସେବାୟତଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯାଇଛି । ଗତକାଲି ଠାରୁ ଅର୍ଥାତ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ମଧ୍ୟ ଆରମ୍ଭ କରାଯାଇଛି । କୋଭିଡ଼ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍ କରି କିଛି ସେବାୟତ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଛି। ସେହିପରି ପୁରୀରେ ମଧ୍ୟ ପ୍ରତିଦିନ କୋଭିଡ଼ ସଂକ୍ରମଣର ୩୦୦ ଉପରେ ରହୁଛି। କରୋନା ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବୈଠକ ବସିଥିଲା।
Powered by Froala Editor