ଆକ୍ରମଣ ହେବ ବୋଲି ମୁଁ ପୂର୍ବରୁ ଜାଣିଥିଲି : ଇମ୍ରାନ୍
![ଆକ୍ରମଣ ହେବ ବୋଲି ମୁଁ ପୂର୍ବରୁ ଜାଣିଥିଲି : ଇମ୍ରାନ୍](https://odishanewslens.com/news_gallery/17369_1667591490.jpg)
ଆକ୍ରମଣର ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ କହିଛନ୍ତି ଯେ ଆକ୍ରମଣ ନେଇ ତାଙ୍କୁ ଗୋଟିଏ ଦିନ ପୂର୍ବରୁ ହିଁ ଜଣାଥିଲା। ହସ୍ପିଟାଲରୁ ଦେଶକୁ ସମ୍ବୋଧନ କରିବା ସହ ଏଭଳି କହିଛନ୍ତି ଇମ୍ରାନ୍। ଇମ୍ରାନ୍ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି ଫୋନରେ ଧମକ ଦିଆଯାଉଛି । ସେ ପିଏମଏଲ-ଏନ ଏବଂ ପିପିପି ଉପରେ ବର୍ଷଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାରକୁ ଲୋକମାନେ ଭୋଟ ଦେଇ କ୍ଷମତାକୁ ଆଣିଥିଲେ । ତାଙ୍କ ସରକାରକୁ ଭାଙ୍ଗି ଦେବାକୁ ଲୋକମାନେ ପସନ୍ଦ କରୁନାହାନ୍ତି । ଲୋକମାନେ ବର୍ତ୍ତମାନର ସରକାରଙ୍କୁ ପସନ୍ଦ କରୁନାହାନ୍ତି, ଏହା ସତ୍ତ୍ବେ ସରକାର ନିଜ ନିଷ୍ପତ୍ତିକୁ ଲୋକମାନଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି । ପାକିସ୍ତାନର ସରକାରୀ ଏଜେନ୍ସିମାନେ ଗଣତନ୍ତ୍ରକୁ ଚାଲିବାକୁ ଦେଉନାହାନ୍ତି ।
Powered by Froala Editor