ଭାରତ ଯୋଡ଼ୋ ଯାତ୍ରାରେ ରାହୁଲଙ୍କ ସହ ଚାଲିଲେ ପୂଜା ଭଟ୍ଟ
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ବୁଧବାର ସାମିଲ ହୋଇଛନ୍ତି ନିର୍ଦ୍ଦେଶିକା ତଥା ପ୍ରଯୋଜିକା ପୂଜା ଭଟ୍ଟ। ହାଇଦ୍ରାବାଦରେ ରାହୁଲ ପଦଯାତ୍ରା କରୁଥିବାବେଳେ ପୂଜା ତାଙ୍କ ସହ ଚାଲି ଚାଲି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି।
ରାହୁଲ ଗାନ୍ଧି ଓ ପୂଜା ଭଟ୍ଟଙ୍କ ଫଟୋ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ ରହିଛି କି ପ୍ରତ୍ୟେକ ଦିନ ଦେଶକୁ ଭଲ ପାଉଥିବା ଲୋକ ରାହୁଲଙ୍କ ସହ ଯୋଡି ହେଉଛନ୍ତି ।
ପୂଜା ଭଟ୍ଟ ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିଥାଆନ୍ତି। ୧୯୮୯ରେ 'ଡାଡି' ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ପୂଜା ହେଉଛନ୍ତି ଭେଟେରାନ୍ ଫିଲ୍ମ ମେକର ମହେଶ ଭଟ୍ଟଙ୍କ ଝିଅ। ପ୍ରଯୋଜନା ପୂର୍ବରୁ ସେ 'ଦିଲ୍ ହୈ କି ମାନ୍ତା ନେହିଁ', 'ସଡ଼କ', 'ଫିର୍ ତେରି କାହାନି ୟାଦ୍ ଆୟି' ଭଳି ଫିଲ୍ମରେ ଅଭିନୟ କରିଥିଲେ।
ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂଜା ଭଟ୍ଟ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ। ପୂଜ ଏହି ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧିଙ୍କ ସହ ୧୦.୫ କିଲୋମିଟର ଯାଏଁ ପଦଯାତ୍ରା କରିଥିଲେ। ଏଥିସହ ରାହୁଲଙ୍କ ସହ ଅନେକ ବିଷୟରେ ସେ ଆଲୋଚନା ମଧ୍ୟ କରିଥିଲେ।
Powered by Froala Editor