ଇନଷ୍ଟାଗ୍ରାମ ଡାଉନ : ଅନେକଙ୍କ ଆକାଉଣ୍ଟ ସସ୍ପେଣ୍ଡ
ହ୍ବାଟ୍ସଆପ୍ ବିଭ୍ରାଟର କିଛି ଦିନ ପରେ ଇନଷ୍ଟାଗ୍ରାମ ଡାଉନ ହୋଇଯାଇଛି । ଲୋକମାନେ ନିଜ ନିଜର ଆକାଉଣ୍ଟ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପର ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟ ଅଚଳ କିମ୍ବା ରଦ୍ଦ ହୋଇଯାଇଛି ।
ବିନା କୌଣସି ୱାର୍ଣ୍ଣିଂରେ ଆକାଉଣ୍ଟ ଅଚଳ ହୋଇଯାଇଥିବାରୁ ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନେକ ଲୋକ ସୋଶାଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ଏହାର ତଳେ ଗୋଟିଏ ଅପସନ ଡିସ୍ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି ନାହିଁ ରହିଛି। ତେବେ ଏହାକୁ କ୍ଲିକ କଲେ ମଧ୍ୟ ଆକାଉଣ୍ଟ ସଚଳ ହେଉ ନଥିବା ଲୋକମାନେ କହିଛନ୍ତି।
ଅନ୍ୟପକ୍ଷରେ ମେଟା ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ ଓ ଅସୁବିଧା ପାଇଁ କ୍ଷମା ମାଗୁଛୁ।”
ଅକ୍ଟୋବର ୨୫ ଦୀପାବଳିରେ ହ୍ୱାଟସଆପରେ ଏକ ବଡ଼ ବିଭ୍ରାଟ ଦେଖାଯାଇଥିଲା । ଏହା ଫଳରେ ଅନେକ ଉପଭୋକ୍ତା ଭିଡିଓ ଏବଂ ଫଟୋ ସେୟାର କରିବାକୁ ଅସମର୍ଥ ହୋଇଥିଲେ ।
Powered by Froala Editor