‘ଦି ଓ୍ବେୟାର’ର ପ୍ରତିଷ୍ଠାତା ଓ ସଂପାଦକଙ୍କ ବାସଭବନରେ ଦିଲ୍ଲୀ ପୁଲିସର ଚଢଉ
![‘ଦି ଓ୍ବେୟାର’ର ପ୍ରତିଷ୍ଠାତା ଓ ସଂପାଦକଙ୍କ ବାସଭବନରେ ଦିଲ୍ଲୀ ପୁଲିସର ଚଢଉ](https://odishanewslens.com/news_gallery/17278_1667243431.jpg)
ଓ୍ବେବ୍ ପୋର୍ଟାଲ୍ ‘ଦି ଓ୍ବେୟାର’ର ପ୍ରତିଷ୍ଠାତା ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ପ୍ରତିଷ୍ଠାତା ସଂପାଦକ ଏମକେ ବେଣୁଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଦିଲ୍ଲୀ ପୁଲିସ ଚଢଉ କରିଛି । ଏହି ପୋର୍ଟାଲ ବିରୋଧରେ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଠକେଇ ଓ ଜାଲିଆତି ଅଭିଯୋଗ କ୍ରମେ ଏହି ରେଡ୍ ହୋଇଥିବା ଅଭିଯୋଗ ହୋଇଛି । ନିଜ ଅଭିଯୋଗରେ ମାଲବ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଦି ଓ୍ବେୟାର ପକ୍ଷରୁ ଜାଲ ତଥ୍ୟ ବ୍ୟବହାର କରି ଖବର ପ୍ରକାଶ କରାଯାଇଥିଲା ।
ମାଲବ୍ୟଙ୍କୁ ମେଟା ପକ୍ଷରୁ ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମରେ ଅନେକ ସ୍ବତନ୍ତ୍ର ସୁବିଧା ଦେଇଛି ବୋଲି ଦି ଓ୍ବେୟାରରେ ପ୍ରକାଶ ପାଇଥିଲା । କିନ୍ତୁ ମେଟା ପକ୍ଷରୁ ଏହି ଖବରରେ ସତ୍ୟନା ନାହିଁ ବୋଲି କୁହାଯାଇଥିଲା । ଏହା ପରେ ଓ୍ବେୟାର ପକ୍ଷରୁ କେତେକ ଇ-ମେଲର ସ୍କ୍ରିନସଟ୍ ଜାରି କରି ନିଜ ଖବରକୁ ଠିକ ବୋଲି ପ୍ରମାଣିକ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏସବୁକୁ ମେଟା ଖଣ୍ଡନ କରିଥିଲା । ସେପଟେ ମାଲବ୍ୟ ଅଭିଯୋଗ କରିଥିଲେ- ତାଙ୍କ ନାମରେ ଭ୍ରାନ୍ତ ଖବର ଦି ଓ୍ବେୟାରରେ ପ୍ରକାଶ ପାଇଥିଲା । ଓ୍ବେୟାର ପକ୍ଷରୁ କୁହାଯାଇଛି ଇଣ୍ଟରନାଲ ଏଡିଟୋରିଆଲ ପ୍ରୋସେସ ଜରିଆରେ ଖବର ପ୍ରସାରିତ କରାଯାଇଥିଲା ।
Powered by Froala Editor