ଆଜମ ଖାନ୍ଙ୍କ ବିଧାନସଭା ସଦସ୍ୟପଦ ରଦ୍ଦ, ଜାଣନ୍ତୁ କାହିଁକି?
ଲକ୍ଷ୍ନୌ: ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିଧାନସଭା ସଦସ୍ୟପଦ ରଦ୍ଦ ହୋଇଛି। ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ତାଙ୍କ ସଦସ୍ୟପଦକୁ ରଦ୍ଦ କରିଛନ୍ତି। ୨୦୧୯ରେ ଘୃଣା ଭାଷଣ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କୁ ଆଜି ୩ ବର୍ଷ ଜେଲ୍ଦଣ୍ଡ ହୋଇଛି। ରାମପୁର ଜିଲ୍ଲାର ସ୍ୱତନ୍ତ୍ର ଏମ୍ପି/ଏମଏଲଏ କୋର୍ଟ ଆଜମ ଖାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି।
୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମ ଖାନ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରି ଭାଷଣ ଦେଇଥିଲେ। ଆଜମ ଖାନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୭୪ ବର୍ଷୀୟ ଆଜମ ଖାନ୍ କହିଛନ୍ତି, ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏଥିପାଇଁ କୋର୍ଟ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ହାଇକୋର୍ଟରୁ ଆଶ୍ୱସ୍ତି ନମିଳିଲେ ସେ ଜେଲ ଯିବେ। ୩ ବର୍ଷ ଜେଲ୍ ଦଣ୍ଡାଦେଶ ହେବାପରେ ଆଜମ ଖାନ୍ ଗୃହରେ ସଦସ୍ୟତା ମଧ୍ୟ ହରାଇବା ନେଇ ଚର୍ଚ୍ଚା ହୋଇ ଥିଲା।
Powered by Froala Editor