ଆଜମ ଖାନ ଦୋଷୀ ସାବ୍ୟସ୍ତ, ହରାଇ ପାରନ୍ତି ବିଧାନସଭା ପଦ
ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ରାମପୁର କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ରାମପୁର କୋର୍ଟ ଆଜମଙ୍କୁ ଆଇପିସିର ଧାରା ୧୫୩-ଏ, ୫୦୫-ଏ ଏବଂ ପିପୁଲ୍ସ ଆକ୍ଟର ୧୨୫ ଲୋକ ପ୍ରତିନିଧିତ୍ୱ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
୨୦୧୯ରେ ଆଜମଖାନ୍ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନ୍ଙ୍କ ନାମରେ ମାମଲା ରୁଜୁ ହୋଇଥିଲା।
ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ପାଇଁ ସଙ୍କଟ ପରିସ୍ଥିତି ଉପୁଜିପାରେ। ଆଜାମ ଖାନ ସମାଜବାଦୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଏବଂ ଦଳ ପାଇଁ ଏକ ବଡ଼ ମୁସଲମାନ ଚେହେରା। ଯଦି କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଦିଅନ୍ତି, ତେବେ ନଗର ନିର୍ବାଚନ ପୂର୍ବରୁ ଏସ୍ପି ପାଇଁ ଝଟ୍କା ହେବ। ଆଜମ ଖାନ୍ଙ୍କୁ ୩ ବର୍ଷ ଜେଲ ହୋଇଥିବାରୁ ସେ ବିଧାନସଭା ପଦ ହରାଇ ପାରନ୍ତି। ଆଜମ ଖାନ୍ଙ୍କ ବିରୋଧରେ ପ୍ରାୟ ୯୦ଟି ମାମଲା ରହିଛି। ଏହି ମାମଲା ମଧ୍ୟରେ ଚୋରି ଓ ଦୁର୍ନୀତି ଆଦି ରହିଛି।
Powered by Froala Editor