୫୦ ବର୍ଷ ପରେ ଗାଧୋଇ ଚାଲିଗଲେ ସବୁଠୁ ଅପରିଷ୍କାର ମଣିଷ
ଗାଧୋଇବା ପରେ ସବୁଠୁ ଅପରିଷ୍କାର ମଣିଷଙ୍କ ମୃତ୍ୟୁ ଘଟିଛି । ସେଇ ବ୍ୟକ୍ତି ଜଣକ ହେଲେ ଇରାନ ନାଗରିକ ଆମୋ ହାଜି। ସେ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ ହେବ ହେଲା ଗାଧୋଇ ନଥିଲେ । ଅଗାଧୁଆ ରହିଲେ ସେ ବହୁ ବର୍ଷ ଧରି ଜୀବିତ ରହିପାବେ ବୋଲି ତାଙ୍କର ଅଜବ ବିଶ୍ୱାସ ଥିଲା। ବିଡ଼ମ୍ବନା ହେଉଛି ୯୪ ବର୍ଷ ବୟସରେ ଗାଧୋଇବା ପରଦିନ ସମ୍ପୃକ୍ତ ବ୍ୟକ୍ତି ଜଣକର ପରଲୋକ ହୋଇଛି।
ଗୋଟିଏ ଇଟା ନିର୍ମିତ କୋଠରୀରେ ଆମୋ ହାଜି ଅତି ଦୟନିୟ ଭାବେ ରହୁଥିଲେ। ଦକ୍ଷିଣ ଫାର୍ସ ପ୍ରଦେଶର ଦେଜଗା ଗ୍ରାମରେ ଆମୋ ଏକାକୀ ଜୀବନ ବିତାଉ ଥିଲେ। ଯୁବାବସ୍ଥାରେ କୌଣସ ପ୍ରକାର ମାନସିକ ଆଘାତ ପାଇ ସେ ପରିବାରଠାରୁ ଦୂରେ ଯାଇଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିଣତ ବୟସରେ ତାଙ୍କ ଖାଦ୍ୟପେୟ ଓ ପୋଷାକ ପରିଧାନ ମଧ୍ୟ ଅତ୍ୟନ୍ତ ଅପରିଷ୍କାର ଥିଲା। ଅପରିଷ୍କାର ଜୀବନଯାପନ ଯୋଗୁ ତାଙ୍କ ଚେହେରା ଦେଖିବା ପାଇଁ ଅତି ଭୟଙ୍କର ଥିଲା। ତେବେ ପ୍ରାକୃତିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି ।
Powered by Froala Editor