ଲିଙ୍କଡଇନ ହଟାଇଲା ୩ ଲକ୍ଷ ଆକାଉଣ୍ଟ, କାହିଁକି ଜାଣନ୍ତୁ...

ପ୍ରତିବର୍ଷ ଲିଙ୍କଡଇନରେ ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବା ଦେଖି ୨୪ଘଣ୍ଟା ମଧ୍ୟରେ ପ୍ରାୟ ୩ଲକ୍ଷ ଆପଲ କର୍ମଚାରୀଙ୍କ ଆକାଉଣ୍ଟ ହଟାଇ ଦିଆଯାଇଛି। ୨୪ଘଣ୍ଟା ମଧ୍ୟରେ ହଠାତ ୩ଲକ୍ଷ ଆକାଉଣ୍ଟ ଲିଙ୍କଡଇନରୁ ହଟିବା ପରେ ଆପଲ ୩ଲକ୍ଷ କର୍ମଚାରୀଙ୍କୁ ଚାକିରିରୁ ହଟାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଲିଙ୍କଡଇନ ସେହି ଲକ୍ଷ ଲକ୍ଷ ନକଲି ପ୍ରୋଫାଇଲକୁ ଅପସାରଣ କରିଛି, ଯେଉଁମାନେ ଆପଲ କର୍ମଚାରୀ ନହୋଇ ବି ନିଜର ନକଲି ଆକାଉଣ୍ଟ ତିଆରି କରିଥିଲେ। ଲିଙ୍କଡଇଡ଼ରେ ଆପଲ କର୍ମଚାରୀଙ୍କ ସଂଖ୍ୟା ୫,୭୬,୫୬୨ରୁ କମ ହୋଇ ୨,୮୪,୯୯୧ ହୋଇଯାଇଥିବା ବେଳେ ଆମାଜନ କର୍ମଚାରୀଙ୍କ ସଂଖ୍ୟା ୧.୨ମିଲିୟନରୁ କମ ହୋଇ ୮,୩୮,୬୦୧ରେ ପହଞ୍ଚିଛି। କ୍ରିପ୍ଟୋ ଏକ୍ସଚେଞ୍ଜ୍ କମ୍ପାନି ବିନେନ୍ସର ସିଇଓ ଦ୍ବାରା ଟ୍ୱିଟରରେ ନକଲି ଆକାଉଣ୍ଟ ବିଷୟରେ କହିବା ପରେ ନକଲି ଆକାଉଣ୍ଟ ଅପସାରଣ କରାଯାଇଛି।
Powered by Froala Editor