‘ଅଗ୍ନି ପ୍ରାଇମ୍’ ପରମାଣୁ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥାନ ପକ୍ଷରୁ ଶୁକ୍ରବାର ‘ଅଗ୍ନି ପ୍ରାଇମ୍’ ପରମାଣୁ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ବାଲେଶ୍ବର ସ୍ଥିତ ଡଃ. ଏପିଜେ ଅବଦୁଲ କଲାମ ଆଇଲାଣ୍ଡରୁ ଅଗ୍ନି ପ୍ରାଇମ୍ (ଅଗ୍ନି-ପି) ପରମାଣୁ ମିସାଇଲ ଉତକ୍ଷେପଣ କରିଛି ଡିଆର୍ଡିଓ । ଏହି ମିସାଇଲର ଶତ୍ରୁ ପକ୍ଷକୁ ପାଣି ପିଆଇବା ଭଳି କ୍ଷମତା ରଖିଛି । ଯୁଦ୍ଧ ସମୟରେ ଏହି ମିସାଇଲକୁ ପ୍ରୟୋଗ କରିବାର ନିଷ୍ପତ୍ତି ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ନେଇଥାଏ ।
ଅଗ୍ନି ପ୍ରାଇମ୍ ମିସାଇଲ ହେଉଛି ଅଗ୍ନି ସିରିଜର ନିଉ ଜେନେରେସନ୍ ମିସାଇଲ । ୧୧ ହଜାର କିଲୋଗ୍ରାମ ଓଜନର ଏହି ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ହେଉଛି ୧ ରୁ ୨ ହଜାର କିଲୋମିଟର । ୩୪.୫ ଫୁଟ ଲମ୍ବା ଏହି ମିସାଇଲରେ ଅସ୍ତ୍ରଶସ୍ତ୍ର ମଧ୍ୟ ଖଞ୍ଜା ଯାଇପାରିବ । ଅର୍ଥାତ ଗୋଟିଏ ମିସାଇଲ ଦ୍ବାରା ଏକାଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରାଯାଇପାରିବ । ଏହା ସହିତ ଅଗ୍ନି ପ୍ରାଇମ୍ ମିସାଇଲ ବିସ୍ଫୋଟକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ନେଇ ଯିବାର କ୍ଷମତା ରହିଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଗ୍ନି ପ୍ରାଇମ୍ ମିସାଇଲରେ ୧୫ଶହରୁ ୩ ହଜାର କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ଲଗାଯାଇପାରିବ । ଏହା ସହିତ ଏଥିରେ ଦୁଇଟି ରକେଟ୍ ମଟର ମିସାଇଲ ବି ରହିଛି । ତେବେ ଅଗ୍ନି ସିରିଜର ଯେତୋଟି ବି ମିସାଇଲ ରହିଛି ସେଗୁଡିକ ମଧ୍ୟରୁ ଶୁକ୍ରବାର ପରୀକ୍ଷଣ କରାଯାଇଥିବା ଅଗ୍ନି ପ୍ରାଇମର ଓଜନ ସାମାନ୍ୟ କମ ରହିଛି । ଏପରିକି ୪ ହଜାର କିମି ଭେଦ କରୁଥିବା ଅଗ୍ନି-ଆଇଭି ଏବଂ ୫ ହଜାର କିମି ଭେଦ କରୁଥିବା ଅଗ୍ନି-ଭି ଠାରୁ ମଧ୍ୟ ଏହାର ଓଜନ କମ ।
Powered by Froala Editor