ଏଥର ଦୀପାବଳିରେ ରେକର୍ଡ : ୪୦ ଘାଟରେ ଜଳିବ ୧୭ ଲକ୍ଷ ଦୀପ

ଅଯୋଧ୍ୟାରେ ଏଥର ଷଷ୍ଠ ଦୀପୋତ୍ସବ ପାଳିତ ହେବ । ୨୩ ଅକ୍ଟୋବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ଓ ନୂଆ ବିଶ୍ବ ରେକର୍ଡ କରିବେ। ଅଯୋଧ୍ୟା ଦୀପୋତ୍ସବରେ ଏଥର ୧୫ ଲକ୍ଷରୁ ଅଧିକ ଦୀପ ଜଳାଇ ନୂଆ ବିଶ୍ବ ରେକର୍ଡ କରାଯିବାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ୧୭ ଲକ୍ଷ ଦୀପ ଜଳାଯିବା ପାଇଁ ୩୫୦୦ ଲିଟର ସୋରିଷ ତେଲ ବ୍ୟବହାର କରାଯିବ। ୪୦ ଟି ଘାଟରେ ଦୀପ ଜଳାଯିବ।
ଦୀପୋତ୍ସବର ନୋଡାଲ ଅଧିକାରୀ ଅଜୟ ପ୍ରତାପ ସିଂହ କହିଛନ୍ତି, ଗତ ଥର ୩୨ଟି ଘାଟରେ ଦୀପ ଜଳାଯାଇଥିଲା। ଏଥର ୪୦ ଟି ଘାଟରେ ଦୀପ ଜଳାଯିବ। ଗତ ଥର ୭୨ ଥର ଦୀପର ବ୍ଲକ ତିଆରି କରାଯାଇଥିଲା, କିନ୍ତୁ ଏଥର ୯୨ ଦୀପର ବ୍ଲକ ତିଆରି କରାଯିବ। ତ୍ବରିତ ଗତିରେ ଦୀପ ଜଳାଇବା ପାଇଁ ପ୍ରାୟ ୨୨ ହଜାର ଭଲ୍ୟୁଣ୍ଟରଙ୍କ ସାହାଯ୍ୟ ନିଆଯିବ।
Powered by Froala Editor