କୃତ୍ରିମ ଉପାୟରେ ମାରାତ୍ମକ କୋଭିଡ ଭୂତାଣୁ ତିଆରି କରିଛନ୍ତି ଆମେରିକା ବୈଜ୍ଞାନିକ : ବିବାଦ ପରେ ତଦନ୍ତ ଆରମ୍ଭ
ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ଭୟଙ୍କର କୋଭିଡ୍ ଭୁତାଣୁ ଗବେଷକମାନେ ତିଆରି କରିଥିବା ଦାବି କରିଛନ୍ତି । ଏହାକୁ କୃତ୍ରିମ ଉପାୟରେ ତିଆରି କରାଯାଇଛି । ଯାହାକୁ ନେଇ ଏବେ ହଙ୍ଗାମା ଜୋର ଧରିଛି । ଅଧ୍ୟୟନ ସାମନାକୁ ଆସିବା ପରେ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହେଲଥ ଫାଇନାନସିଆଲ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଏହାର ଅଧିକାରୀ ତଦନ୍ତ ଆରମ୍ଭ କରିଥିବା କହିଛି ।
ସାମନାକୁ ଆସିଥିବା ପ୍ରାଥମିକ ତଥ୍ୟରେ, କୋଭିଡ ୧୯ର ମୂଳ ପ୍ରଜାତିକୁ ଏକ ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଭର୍ସନକୁ ଓମିକ୍ରନ ସଂକ୍ରମଣର ସ୍ପାଇକ୍ ପ୍ରୋଟିନ ସହ ଯୋଡାଯାଇଛି, ଗତ ଶୁକ୍ରବାର ଏହାକୁ ପ୍ରକାଶିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଓମିକ୍ରନ ଭାରିଆଣ୍ଟ କମ ଘାତକ ପ୍ରମାଣିତ ହୋଇଛି, କିନ୍ତୁ ଏହା ଅଧିତ ଦ୍ରୁତ ଗତିରେ ବ୍ୟାପିଥିଲା। ନୂଆ ଆର୍ଟିଫିସିଆଲ ଷ୍ଟ୍ରେନ ୮୦ ପ୍ରତିଶତ ମୂଷାଙ୍କୁ ମାରିଥିଲା, ଯେଉଁମାନେ ଏହା ସମ୍ପର୍କରେ ଆସିଥିଲେ ।
ଏହି ଭୁତାଣୁ ଭୁଲ୍ରେ ବି ବାହାରକୁ ଆସିଲେ ଏଥିରେ ୮୦ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ହେବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଏବଂ ବିଦେଶୀ ଖବର ପ୍ରସାରଣ ସଂସ୍ଥାରେ ଖବର ପ୍ରକାଶିତ ହୋଇଛି । ଏହି ଖବର ପ୍ରକାଶିତ ପରେ ବୋଷ୍ଟନ ସାଧାରଣ ସ୍ୱାସ୍ଥ୍ୟ କମିଶନ ଏବଂ ରିଭ୍ୟୁ କମିଟି ବିଶ୍ୱବିଦ୍ୟାଳର ପରୀକ୍ଷାଗାରରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ କୌଣସି ବିପଦ ନଥିବା ଏବଂ ଏହି ଗବେଷଣା ପାଇଁ ଅନ୍ତରୀଣ ଅନୁମତି ପ୍ରଦାନ କରାଯାଇଥିବା ବୋଷ୍ଟନ ସାଧାରଣ ସ୍ୱାସ୍ଥ୍ୟ କମିଶନ କହିଛନ୍ତି ।
Powered by Froala Editor