ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ଘଣ୍ଟା ଦର୍ଶନ ବନ୍ଦ
ଭୁବନେଶ୍ୱର: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଗୁପ୍ତ ନୀତି ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ,ହରିତାଳ, ଶଙ୍ଖ,କେଶର,କର୍ପୁର,କଇଁଥ ଅଠା,କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।
Powered by Froala Editor