ମୋବାଇଲ ଫୋନ ପାଇଁ ବିଷ ପିଇଦେଲେ ସ୍ତ୍ରୀ
ମାଲକାନଗିରି: ମୋବାଇଲ ଫୋନ ପାଇଁ ସ୍ତ୍ରୀ ହାରିଲେ ଜୀବନ ଓ ସ୍ୱାମୀ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ ମରଣ ସହିତ ସଙ୍ଘର୍ଷ କରୁଛନ୍ତି। ମାଲକାନଗିରି ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ମାଲକାନଗିରି ଏମପି ଭି ୧୪ ଗ୍ରାମର କହ୍ନାଇ ନାମକ ଯୁବକ ଗତ ଦେଢ଼ ବର୍ଷ ତଳେ ଜ୍ୟୋତି ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସ୍ତ୍ରୀ ଜ୍ୟୋତି ଏକ ଦାମୀ ମୋବାଇଲ ଫୋନ କିଣିଦେବା ପାଇଁ ସ୍ୱାମୀଙ୍କୁ ବାରମ୍ବାର କହି ଆସୁଥିଲେ। କହ୍ନାଇ ପାଖରେ ଅଧିକ ଟଙ୍କା ନଥିବାରୁ ସେ ସ୍ତ୍ରୀ ଜ୍ୟୋତିଙ୍କ ପାଇଁ ଫାଇନାନ୍ସ ରେ ଏକ ମୋବାଇଲ କିଣିଦେଇଥିଲା । ତେବେ ସ୍ୱାମୀ ଫାଇନାନ୍ସରେ କିଣିବା କଥା ଜ୍ୟୋତି ଜାଣି ନଥିଲେ। ଏହାର ଶେଷ କିସ୍ତି ସରିବା ପରେ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କହ୍ନାଇ ଘରକୁ ଯାଇଥିଲେ। ଏହି ସମୟରେ କହ୍ନାଇ ଘରେ ନଥିଲେ। ଏହି ସମୟରେ ଫାଇନାନ୍ସ କଥା ଜ୍ୟୋତି ଜାଣିବାକୁ ପାଇଲେ । ଏହାପରେ ମୋବାଇଲ ଫୋନ କିଣାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଘରେ ସ୍ୱାମୀ ନଥିବା ବେଳେ ରାଗିଯାଏ ସ୍ତ୍ରୀ ଜ୍ୟୋତି ବିଷ ପିଇ ଦେଇଥିଲେ । ଏହି ଘଟଣା ଦେଖି କହ୍ନାଇ ନିଜର ମାନସିକ ଭାରସାମ୍ୟ ହରାଇ ଅଚେତ ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଗ୍ରାମବାସୀ ମାଲକାନଗିରି ମୁଖ୍ୟ ଚିକିସ୍ୟାଳୟକୁ ନେଇଯାଇଥିଲେ। ଡାକ୍ତରଖାନାରେ ପହଁଚିବା ପରେ ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିବା ବେଳେ କହ୍ନାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଥିବାର ଜଣା ପଡ଼ିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି, ଏହି ଘଟଣା ସମଗ୍ର ଏମ ପିଭି ୧୪ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor