ସ୍ମାର୍ଟଫୋନ୍ ନିଶା : ରକ୍ତ ବିକ୍ରି କରିବାକୁ ପଛେଇଲାନି ନାବାଳିକା

ସ୍ମାର୍ଟଫୋନ୍ ନିଶା ଏମିତି ଯେ, ଜଣେ ନାବାଳିକା ନିଜ ରକ୍ତ ବଦଳରେ ଟଙ୍କା ଆଣି ଫୋନ୍ କିଣିବାକୁ ଚାହିଁଛନ୍ତି । ହଁ ଏ କଥା ସତ । ପଶ୍ଚିମବଙ୍ଗର ଜଣେ ନାବାଳିକା ନିଜ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଥିବା ବ୍ଲଡବ୍ୟାଙ୍କକୁ ରକ୍ତ ବିକ୍ରି କରିବାକୁ ପଳାଇ ଯାଇଥିଲା । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ସମୟ ଥାଉ ଥାଉ ଘଟଣା ସଂପର୍କରେ ଅବଗତ ହେବା ସହ ସଂପୃକ୍ତ ନାବାଳିକାକୁ ରକ୍ତ ଦେବାରୁ ଅଟକାଇଥିଲେ ।
ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅକ୍ଟୋବର ୧୭ ରେ ପାଠ ପଢିବାର ବାହାନା କରି ନାବାଳିକା ଜଣକ ଘରୁ ବାହାରିଥିଲା, କିନ୍ତୁ ସାଇକେଲକୁ ବସଷ୍ଟାଣ୍ଡରେ ଛାଡି ଦେଇଥିଲା। ଏହା ପରେ ସେ ତପନରୁ ଏକ ବସରେ ବସି ବାଲୁରଘାଟର ଜିଲ୍ଲା ହସପିଟାଲକୁ ଯାଇଥିଲା । ନାବାଳିକା ଜଣକ ତାଙ୍କ ରକ୍ତ ବିକ୍ରି କରିବାକୁ ଚାହୁଁଥିବାର ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂପର୍କରେ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଇଲ୍ଡଲାଇନ ଇଣ୍ଡିଆକୁ ସୂଚନା ଦେଇଛନ୍ତି । ବାଳିକାକୁ ତା ପିତାମାତାଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ପରାମର୍ଶ ନିଆଯାଇଛି ।
Powered by Froala Editor