ଚାଇନାର ଧମକକୁ କଡ଼ା ଜବାବ ଦେଲା ତାଇୱାନ
ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ଆଗକୁ ତାଇଓ୍ୱାନ ଲକ୍ଷ୍ୟ ବୋଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି । ବେଜିଂରେ ଅନୁଷ୍ଠିତ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ କରି ଜିନପିଙ୍ଗ କହିଛନ୍ତି ଯେ, ହଂକଂକୁ ଚୀନ୍ ନିଜର ନିୟନ୍ତ୍ରଣକୁ ଆଣି ସାରିଛି। ଆଗକୁ କେବଳ ତାଇଓ୍ୱାନ ଲକ୍ଷ୍ୟ ରହିଛି । ତେବେ ତାଇଓ୍ୱାନରେ ଯାହା ଚାଲିଛି, ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି।
ଏଠାକାର ଅରାଜକ ସରକାରଙ୍କୁ ସମ୍ପୂର୍ଣ୍ଣରୂପେ ଶେଷ କରି ଦିଆଯାଇଛି ବୋଲି ଜିନପଙ୍ଗି କହିଛନ୍ତି। କେବଳ ସେତିକି ନୁହେଁ ଖୁବ୍ଶୀଘ୍ର ତାଇୱାନକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ପରୋକ୍ଷରେ ଧମକ ଦେଇଛି ଚାଇନା।
ଏହାର ଜବାବରେ ତାଇୱାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଆମର ଜାତୀୟ ସୁରକ୍ଷା ଦଳ ସମସ୍ତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଭବିଷ୍ୟତରେ ଏହିପରି ସମସ୍ତ ଘଟଣା ଉପରେ ନଜର ରଖିବେ। ତାଇଓ୍ବାନ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ତାଇଓ୍ବାନବାସୀଙ୍କ ସାଧାରଣ ସହମତି ହେଉଛି, ଆଞ୍ଚଳିକ ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାକୁ ସାମ୍ନା କରାଯାଇପାରିବ ନାହିଁ।
Powered by Froala Editor