ମୋତିଆବିନ୍ଦୁ ଅପରେସନ୍ ପାଇଁ ହସ୍ପିଟାଲରେ ରାଷ୍ଟ୍ରପତି
ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।
୬୪ ବର୍ଷୀୟ ଦ୍ରୌପଦୀ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଗତ ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ। ଆଜି ଆଖି ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଏହି ସର୍ଜରୀ ସଫଳ ହୋଇଛି ଏବ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା କୁହାଯାଇଛି।
Powered by Froala Editor