ମନୀଷ ସିସୋଦିଆଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ପୁଣି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ। ତାଙ୍କୁ ପୁଣି ଥରେ ଏହି ମାମଲାରେ ସିବିଆଇ ପ୍ରଶ୍ନର ସାମ୍ନା କରିବାକୁ ପଡିବ । ଏଥିପାଇଁ ସିବିଆଇ ତରଫରୁ ଆସନ୍ତା କାଲି ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି। ଏହି ନୋଟିସରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି। ଏନେଇ ସିସୋଦିଆ କହିଛନ୍ତି, ସତ୍ୟମେବ ଜୟତେ! ନୋଟିସ ମୁତାବକ ମୁଁ କାଲି ସିବିଆଇ କାର୍ୟ୍ୟାଳୟରେ ହାଜର ହୋଇ ସମ୍ପୂର୍ଣ୍ଣ ସହଯୋଗ କରିବି।
ସିସୋଦିଆ ଟ୍ୱିଟ୍ କରି କହିଛନ୍ତି,ଯେ ସିବିଆଇ ମୋ ଘରେ ୧୪ ଘଣ୍ଟା ଚଢାଉ କରି କିଛି ପାଇ ନଥିଲା। ମୋ ବ୍ୟାଙ୍କ ଲକର୍ ମଧ୍ୟ ଛାନ୍ଭିନ୍ କରାଯାଇଥିଲା, ସେଥିରୁ ମଧ୍ୟ କିଛି ମିଳିନଥିଲା। ମୋ ଗାଁରୁ ମଧ୍ୟ ସିବିଆଇକୁ କିଛି ମିଳିନଥିଲା। କାଲି ମୋତେ ସିବିଆଇ ପୁଣି ଡାକିଛି । ମୁଁ ଯିବି ଆଉ ତଦନ୍ତରେ ସହଯୋଗ କରିବି।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରେ ମନୀଷ ସିସୋଦିଆଙ୍କ ନାମ ଶୀର୍ଷରେ ରହିଛି। ବାକି ଅଭିଯୁକ୍ତଙ୍କ ନାମ ତଳକୁ ଆସୁଛି। ଏଭଳି ପରିସ୍ଥିତିରେ ମନୀଷ ସିସୋଦିଆ ହିଁ ଅନୁସନ୍ଧାନ କେନ୍ଦ୍ରରେ ରହୁଛନ୍ତି ବୋଲି ନିଶ୍ଚିତ। ସିସୋଦିଆ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଆହୁରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ନିକଟରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଥିଲା।
Powered by Froala Editor