ଶୀଘ୍ର ଘୋଷଣା ହେବ ଗୁଜୁରାଟ ନିର୍ବାଚନ ତାରିଖ

ଗୁଜରାଟ ବିଧାନସଭା ନିର୍ବାଚନର ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୧୮୨ ଆସନ ପାଇଁ ଭୋଟିଂ ହେବ। ଡିସେମ୍ବର ୪ ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବ। ସେହିପରି ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଏକାଠି ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି।
ଏଠାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସର୍ବଦା ମୁକାବିଲା ହୋଇ ଆସିଛି। କିନ୍ତୁ ତୃତୀୟ ଦଳ ଭାବେ ମଇଦାନରେ ଆବିର୍ଭାବ ହୋଇଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି। ତେଣୁ ତ୍ରିକୋଣୀ ମୁକାବିଲା ହେବାକୁ ଯାଉଛି।
ହିମାଚଳରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧା ମୁକାବିଲା ହେବାକୁ ଯାଉଛି। ତୃତୀୟ ଦଳ ଭାବେ ଆପ୍ ମଇଦାନରେ ରହିଛି। ତେଣୁ ରାଜ୍ୟରେ ତ୍ରିକୋଣୀୟ ମକାବିଲା ହୋଇପାରେ।
ସୂଚନାଯୋଗ୍ୟ, ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାସନଭା କାର୍ଯ୍ୟକାଳ ୬ ମାସ ଭିତରେ ସରିବାକୁ ଯାଉଛି। ଏଭଳି କ୍ଷେତ୍ରରେ ଦୁଇଟି ରାଜ୍ୟର ନିର୍ବାଚନ ଓ ଭୋଟ ଗଣତି ସମାନ ତାରିଖରେ ଘୋଷଣା ହେବା କଥା। ହେଲେ ଗୁଜୁରାଟ ନିର୍ବାଚନ ଘୋଷଣା ନ ହୋଇ କୌଣସି ନିୟମ ଭଙ୍ଗ ହୋଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୂଚନା ଦେଇଛନ୍ତି।
Powered by Froala Editor